31 C
Bhubaneswar
Thursday, July 9, 2026
Homeଦେଶ ବିଦେଶଇରାନ ଉପରେ ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼

ଇରାନ ଉପରେ ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ଗୁରୁବାର ସକାଳେ ଇରାନ ଉପରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ କରିଛି । ଏହାର ଜବାବରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କତାରକୁ ଟାର୍ଗେଟ କରାଯାଇ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି । ଏଭଳି ସ୍ଥିତି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅନ୍ତ ପାଇଁ ହୋଇଥିବା ମଧ୍ୟବର୍ତ୍ତୀ କାଳୀନ ଚୁକ୍ତିକୁ ସଙ୍କଟରେ ପକାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ସମ୍ପ୍ରତି ଇରାନୀ ଆକ୍ରମଣ ଅସ୍ତ୍ରବିରତିର ଶେଷ ହେବାର ସଙ୍କେତ ଦେଉଛି । ଓମାନ ଉପକୂଳରେ ଇରାନ ଦ୍ୱାରା ଅନେକ ବାଣିଜିକ ଜାହାଜକୁ ଟାର୍ଗେଟ କରାଯିବା ପରେ ବୁଧବାର ସକାଳେ ଆମେରିକୀୟ ସେନା ବିଭିନ୍ନ ସାମରିକ ସ୍ଥାନ ଏବଂ ବନ୍ଦର ସୁବିଧା ଉପରେ ଆକ୍ରମଣ କରିଥିଲା । ଏହା ଜବାବରେ ଇରାନ ମଧ୍ୟ ଜୋରଦାର ଆକ୍ରମଣ କରିଥିଲା । ଇରାନ ଆକ୍ରମଣରେ ଚେତାବନୀ ଦେଇ ଗୁରୁବାର ସକାଳେ କୁଏତ, ବାହାରିନ ଏବଂ କତାରରେ କ୍ଷେପଣାସ୍ତ୍ର ସତର୍କତା ସାଇରନ ବାଜି ଉଠିଥିଲା । ଆମେରିକୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ବୁଧବାର ଏବଂ ଗୁରୁବାର ରାତିସାରା ଚାଲିଥିବା ଅଭିଯାନରେ, ଆମେରିକୀୟ ନୌସେନା ଏବଂ ସ୍ଥଳରସେନା ଦକ୍ଷିଣ ଇରାନରେ ମିଳିତ ଆକ୍ରମଣ ଆରମ୍ଭ କରିଥିଲେ । ହର୍ମୁଜ ପ୍ରଣାଳୀ , ଡ୍ରୋନ ସ୍ଥାପନା ଏବଂ ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ସାମରିକ ପ୍ରତିଷ୍ଠାନଗୁଡିକୁ ଆମେରିକୀୟ ସେନା ଟାର୍ଗେଟ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking