27.1 C
Bhubaneswar
Sunday, August 23, 2026
Homeଓଡିଶାଲୋକସେବା ଭବନରେ ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ...

ଲୋକସେବା ଭବନରେ ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି|
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ମାନ୍ୟବର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ମତାମତ ରଖିଥିଲେ ଯେ,
ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ , ବିଶେଷଜ୍ଞଙ୍କ ସହ ମିଶି ଡ୍ରେନେଜ୍ ସିଷ୍ଟମର ସୁଧାର ଓ ଜଳର ପୁନଃବ୍ୟବହାର (Reuse) ଉପରେ କାର୍ଯ୍ୟ କରାଯାଉଛି।
“ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” ଏବଂ PMAY 2.0 ଅଧୀନରେ ଗରୀବ ଓ ଭୂମିହୀନଙ୍କ ପାଇଁ ଶୀଘ୍ର ଗୃହ ନିର୍ମାଣ ସହ ‘ଟାଉନ୍ ପ୍ଲାନିଂ ସ୍କିମ୍’ ଓ 24/7 ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି।
ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ପରିମଳ କର୍ମଚାରୀଙ୍କ ସୁରକ୍ଷା, ଆବାସ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସରକାର ସଂକଳ୍ପବଦ୍ଧ |
ଏହି ଅଧିବେଶନରେ ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗ ପକ୍ଷରୁ ଉପସ୍ଥାପନ କରିଥିଲେ |
ଏହି ଅଧିବେଶନରେ ବଜେଟ୍‌ ଓ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୌରସଂସ୍ଥାର ଗୁଡ଼ିକର ରାଜସ୍ୱ ବୃଦ୍ଧି, ବ୍ୟୟ ବିଶ୍ଳେଷଣ, ଭୂମିକା ଓ ଦାୟିତ୍ୱ ସହ କମ୍ ପ୍ରଦର୍ଶନ କରୁଥିବା ସଂସ୍ଥାଗୁଡ଼ିକର ସମୀକ୍ଷା କରାଯାଇଥିଲା ଓ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ପାଇଁ ଟାଉନ ପ୍ଲାନିଂ ଯୋଜନାର ଏସଓପି , ସମୃଦ୍ଧ ସହର, ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଏବଂ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଅଛି ।
ସହର ଭିତ୍ତିଭୂମି ବିକାଶ ଅଧିବେଶନରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ପଥଚାରୀଙ୍କ ପାଇଁ ଅନୁକୂଳ ରାସ୍ତା, କ୍ରୁଟ୍ ଅଧୀନରେ ଆମ ବସ୍ ସେବାର ସମ୍ପ୍ରସାରଣ ,ଅମୃତ-୨.୦ ଅଧୀନରେ ଜଳାଶୟ ପୁନରୁଦ୍ଧାର ଓ ଜଳାଶୟ ଅଞ୍ଚଳର ବିକାଶ ଆଦି ଉପରେ ଆଲୋଚନା ହୋଇଥିଲା। ଏଥିସହ ସହରରେ ବନ୍ୟା ନିୟତ୍ରଣ, ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ଓ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନେଇ ବୈଷୟିକ ଆଲୋଚନା ହୋଇଥିଲା ଓ ପିଏମ୍‌ ସ୍ୱନିଧି, ସହରୀ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳ, ସହାୟତା ଓ ସହଯୋଗ ଏବଂ ଆହାର ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।
ସେହିପରି ପିଏମ୍‌ ଆବାସ ଯୋଜନା-୨.୦, ପିଏମ୍‌ ଆବାସ ସହର ବନ୍ଧୁ, ସୁଲଭ ଭଡ଼ା ଆବାସ‘,ସୁଯୋଗ’ ବ୍ୟବସ୍ଥାର ସମସ୍ୟା ଓ ଆଗାମୀ ପଦକ୍ଷେପ ଉପରେ ଏବଂ ସୁଲଭ ଆବାସ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସହରୀ ଗରିବ ଓ ଆବାସ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ରହିଥିଲା।
ନାଗରିକମାନଙ୍କୁ ସରକାରୀ ସେବା ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ ଭାବେ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନାଗରିକଙ୍କ ପାଇଁ ସୁବିଧାଜନକ ଓ ସୁଲଭ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି।
ସ୍ୱଚ୍ଛତା ଓ ବ୍ୟବହୃତ ଜଳ ପରିଚାଳନାରେ ଫୋକସ୍‌ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ନଗର ସଂସ୍ଥା ପକ୍ଷରୁ ଶ୍ରେଷ୍ଠ ପ୍ରଚଳିତ ପଦ୍ଧତି ଉପରେ ଉପସ୍ଥାପନା କରାଯାଇଥିଲା। କମ୍ ପ୍ରଦର୍ଶନ କରୁଥିବା ନଗର ସଂସ୍ଥାଗୁଡ଼ିକୁ ପ୍ରତ୍ୟେକ ଅଧିବେଶନରେ ଡାକି ସେମାନଙ୍କ ସମସ୍ୟା, ଚ୍ୟାଲେଞ୍ଜ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସିଧାସଳଖ ଆଲୋଚନା କରାଯାଇଥିଲା।
ସମଗ୍ର ଭାବେ, ଯୋଜନାବଦ୍ଧ ସହରୀକରଣ, ଦକ୍ଷ ନଗର ପ୍ରଶାସନ, ଉନ୍ନତ ଭିତ୍ତିଭୂମି, ସ୍ୱଚ୍ଛତା, ଗୃହ ଓ ଗଣପରିବହନକୁ ଗୁରୁତ୍ୱ ଦେଇ ଓଡ଼ିଶାର ସହରଗୁଡ଼ିକୁ ଅଧିକ ସୁନ୍ଦର, ସ୍ୱଚ୍ଛ, ସୁସ୍ଥ ଓ ନାଗରିକ-ଅନୁକୂଳ କରିବା ଦିଗରେ ଏହି ନଗର ସମାବେଶ ଏକ ନୂଆ ଦିଗ ଦେଇଛି |
ଏହି ସମ୍ମିଳନୀରେ ବରିଷ୍ଠ ପ୍ରଶାସକ, ନଗର ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ଏକତ୍ରିତ ହୋଇ ଜାରି ରହିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking