29.1 C
Bhubaneswar
Saturday, August 22, 2026
Homeଓଡିଶାବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ଏମଏମଡିଆର ବିଲକୁ ନେଇ ରାଜ୍ୟ ରାଜନୀତି ତେଜିଛି । ବିଧାୟକ ଦଳ ନେତା ରାମଚନ୍ଦ୍ରକାଡାମଙ୍କ ନେତୃତ୍ୱରେ କଂଗ୍ରେସର ଏକ ବିଧାୟକ ପ୍ରତିନିଧିମଣ୍ଡଳୀ ଆଜି ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛି । ଏମଏମଡିଆର ବିଲ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଏମଏମଡିଆର ବିଲରେ ସରକାର ଯେଉଁ ସଂଶୋଧନ କରିଛନ୍ତି, କଂଗ୍ରେସ ତାହାକୁ ବିରୋଧ କରୁଛି । ଏହି ସଂଶୋଧନ ଯୋଗୁଁ ଓଡିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇବ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ପ୍ରତିବର୍ଷ ରାଜ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ମଧ୍ୟ ସେ ଦାବି କରିଛନ୍ତି । କାଡାମ ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଡବଲ ଇଞ୍ଜିନ ବି କାଶର କଥା କହୁଥିଲା କିନ୍ତୁ ଏମଏମଡିଆର ବିଲର ସଂଶୋଧନ ପରେ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏମଏମଡିଆର ବିଲ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳର ଦାବି ରହିଛି । କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏମଏମଡିଆର ବିଲ ପ୍ରସଙ୍ଗରେ ବିଧାନସଭାରେ ସର୍ବଦଳୀୟ ବୈଠକ ଏବଂ ସ୍ୱତନ୍ତ୍ର ଅଧିବେଶନ କରିବାକୁ ଅନୁରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking