29.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶୟୁକ୍ରେନର ସପିଂ ମଲ୍ ଉପରେ ରୁଷର ଡ୍ରୋନ୍ ଆକ୍ରମଣ: ୧୬ ମୃତ

ୟୁକ୍ରେନର ସପିଂ ମଲ୍ ଉପରେ ରୁଷର ଡ୍ରୋନ୍ ଆକ୍ରମଣ: ୧୬ ମୃତ

କିଭ: ପୂର୍ବ ୟୁକ୍ରେନର କ୍ରିଭି ରୀଗ୍ ସହରରେ ଶୁକ୍ରବାର ରାତିରେ ରୁଷିଆ ପକ୍ଷରୁ ଏକ ଭୟାନକ ଡ୍ରୋନ ଆକ୍ରମଣ କରାଯାଇଛି। ଏକ ଜନଗହଳିପୂର୍ଣ୍ଣ ସପିଂ ସେଣ୍ଟରକୁ ଲକ୍ଷ୍ୟ କରି କରାଯାଇଥିବା ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨୩ ଜଣ ଶିଶୁ ରହିଛନ୍ତି। ସେହିପରି ମାଇକୋଲେଭ୍ ଅଞ୍ଚଳରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ୩ ଜଣ ଶିଶୁଙ୍କ ସମେତ ୪ ଜଣଙ୍କର ପ୍ରାଣହାନି ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଜନ୍ମସ୍ଥାନ କ୍ରିଭି ରୀଗରେ ପ୍ରଥମ ଡ୍ରୋନ ଆକ୍ରମଣର ପ୍ରାୟ ଅଧଘଣ୍ଟା ପରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ସମୟରେ ଦ୍ବିତୀୟ ଡ୍ରୋନଟି ସପିଂ ସେଣ୍ଟର ଛାତ ଉପରେ ପଡ଼ିଥିଲା। ଏହି ଆକ୍ରମଣକୁ ଜେଲେନସ୍କି ଅତ୍ୟନ୍ତ ”ଜଘନ୍ୟ ଏବଂ ହୀନ ମାନସିକତା”ର ପରିଚୟକ ବୋଲି କହିଛନ୍ତି।ସମଗ୍ର ବିଶ୍ବ ରୁଷର ଏହି ଆକ୍ରମଣର ଦୃଢ଼ ଜବାବ ଦେବା ଦରକାର ବୋଲି ଜେଲେନସ୍କି ଦାବି କରିଛନ୍ତି। ସେହିପରି ୟୁରୋପୀୟ ୟୁନିଅନ୍ (ଇୟୁ)ର ବୈଦେଶିକ ନୀତି ପ୍ରମୁଖ କାଜା କାଲାସ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହ ରୁଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ବୋଲି ଚେତାବନୀ ଦେଇଛନ୍ତି। ୟୁକ୍ରେନର ସ୍ବାଧୀନତା ଦିବସ ଅବସରରେ ଆସନ୍ତା ସୋମବାର କିଭରେ ”କୋଆଲିସନ୍ ଅଫ୍ ଦି ୱିଲିଂ” ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍, ଜର୍ମାନ ଚାନ୍ସେଲର ଫ୍ରିଡ୍ରିଚ୍ ମର୍ଜ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମଙ୍କ ସମେତ ପ୍ରାୟ ୧୦ ଜଣ ବିଶ୍ବନେତା ଏହି ବୈଠକରେ ଯୋଗଦେଇ ୟୁକ୍ରେନ ପ୍ରତି ସେମାନଙ୍କ ସମର୍ଥନକୁ ଦୋହରାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking