27.1 C
Bhubaneswar
Saturday, August 22, 2026
Homeଓଡିଶାପୁଅର ମୃତ୍ୟୁ ଖବର ଶୁଣି ମାଆଙ୍କର ହୃଦଘାତରେ ମୃତ୍ୟୁ

ପୁଅର ମୃତ୍ୟୁ ଖବର ଶୁଣି ମାଆଙ୍କର ହୃଦଘାତରେ ମୃତ୍ୟୁ

କେନ୍ଦୁଝର: ପୁଅର ମୃତ୍ୟୁ ଖବର ଶୁଣି ମାଆଙ୍କର ହୃଦଘାତରେ ହେଲା ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ। ମୃତକ ପୁଅ ହେଲେ କଣ୍ଟିଆପଡା ଗ୍ରାମର ଦାମୋଦର ମହାକୁଡ଼ ଓ ମା ହେଲେ  ମରୁଆ ମହାକୁଡ଼ । କିଛିଦିନ ହେଲା ପୁଅ ଦାମୋଦର  ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଗତକାଲି ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝରରୁ କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶବ ନିଜ ଗାଁ କୁ ଆଣି ଶବ ସତ୍କାର କରାଯାଇଛି।
ସତ୍କାର କାମ ସାରି ଗାଧୋଇବାକୁ ଯିବା ପାଇଁ ଆତ୍ମୀୟମାନେ ଡକାହକା ହେବା ସମୟ ତାଙ୍କ ମାଙ୍କୁ ଡକା ଯାଇଥିଲା। ହେଲେ ପୁଅର ମୃତ୍ୟୁର ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ମା କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିଲେ। । ତାଙ୍କୁ ଉଠାଇବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିବା ଜାଣି ଆତ୍ମୀୟମାନେ ଆବାକ ହୋଇଯାଇଥିଲେ । ଏହି ଘଟଣା ପାଇଁ  ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking