27.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ଦ୍ୱନ୍ଦ୍ୱ !

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ଦ୍ୱନ୍ଦ୍ୱ !

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ବଢିଲା ଦ୍ୱନ୍ଦ୍ୱ । ଆସନ୍ତା ରବିବାର ତାରିକ ରହମାନ ଭାରତ ଆସିବା ନେଇ ଚର୍ଚ୍ଚା ଭିତରେ ହଠାତ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଆଜି ହେବାକୁ ଥିବା ଚେଞ୍ଜ ଅଫ ଗାର୍ଡ ସେରିମନିକୁ ବାତିଲ କରାଯାଇଥିବା ଘୋଷଣା ଏହି ଗସ୍ତକୁ ନେଇ ନୂଆ ପ୍ରଶ୍ନ ଛିଡା କରିଛି । ବିଶେଷକରି ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ବଢୁଥିବା ରାଜନୈତିକ ତିକ୍ତତା ମଧ୍ୟରେ ଏହି ଘଟଣାକୁ ଗୁରୁତ୍ୱର ସହ ଦେଖାଯାଉଛି । ଅନ୍ୟପଟେ , ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ ଦାବି ହୋଇ ଆସୁଛି । ଏହି ପ୍ରସଙ୍ଗ ମଧ୍ୟ ଦୁଇ ଦେଶର ସମ୍ପର୍କରେ ଉତ୍ତେଜନା ବଢାଇଥିବା କୁହାଯାଉଛି । ତା ସହ ଆଗକୁ ୧୨ ଓ ୧୩ ସେପ୍ଟେମ୍ବରରେ ବ୍ରିକ୍ସ ଶିଖର ସମ୍ମିଳନୀ ହେବାକୁ ଥିବାରୁ ଭାରତ- ବାଂଲାଦେଶ ସମ୍ପର୍କକୁ ନେଇ ଏହି ଘଟଣା ଆହୁରି ଗୁରୁତ୍ୱ ବହନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking