30.1 C
Bhubaneswar
Wednesday, August 19, 2026
Homeଓଡିଶାବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ

ବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ

ଭୁବନେଶ୍ୱର: ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନଜୀବନ ହାନି ଘଟୁଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଶାମୁକ୍ତ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି କ୍ଷେତ୍ରରେ ଅବକାରୀ ବିଭାଗର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ । ବେଆଇନ ନିଶା ଓ ମାଦକ କାରବାରକୁ ରୋକିବା ଏବଂ ନିୟମିତ ଚଢ଼ାଉ କରିବା ଦିଗରେ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଗତ ଦୁଇବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରି ଓଡ଼ିଶାକୁ ବେଆଇନ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ବିଭାଗ ପକ୍ଷରୁ ଆୟୋଜିତ ଅବକାରୀ କନଷ୍ଟେବଳମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଚାକିରି ଜୀବନରେ ପ୍ରଶିକ୍ଷଣ କେବଳ ଔପଚାରିକତା ନୁହେଁ । ଏହା କାର୍ଯ୍ୟ ଦକ୍ଷତା, ଆଚରଣ, ସଚ୍ଚୋଟତା, ଶୃଙ୍ଖଳା ଜ୍ଞାନକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରେ । ତେଣୁ ଏହି ତାଲିମରୁ ଜ୍ଞାନ ଅର୍ଜନ କରି ବିଭାଗର କାର୍ଯ୍ୟକୁ ସଫଳତାର ସହ ଆଗକୁ ନେବା ପାଇଁ ଅବକାରୀ କନଷ୍ଟେବଳମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ତାଲିମ କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ଏବଂ ଏହି ତାଲିମ କର୍ମଚାରୀମାନଙ୍କ ଲାଗି କେତେ ଉପଯୋଗୀ ହୋଇପାରିବେ ତାହା ବର୍ଣ୍ଣନା କରିଥିଲେ ।

ତାଲିମ କାର୍ଯ୍ୟକ୍ରମରେ ମୋଟ ୪୪୬ ଜଣ କନଷ୍ଟେବଳଙ୍କୁ ତାଲିମ ଦିଆଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣ ତାଲିମ ଗ୍ରହଣ କରିବେ । ଏହି ୪୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଅବକାରୀ ଆଇନ ଓ ନିୟମ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ, ଏନ୍‌ଡିପିଏସ୍‌ ଆକ୍ଟ ଓ ସରକାରୀ କର୍ମଚାରୀ ଆଚରଣ ନିୟମ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking