30.1 C
Bhubaneswar
Wednesday, August 19, 2026
Homeଦେଶ ବିଦେଶ'ଅପରେସନ୍‌ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

‘ଅପରେସନ୍‌ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

ନୂଆଦିଲ୍ଲୀ : ‘ଅପରେସନ୍ ସିନ୍ଦୂର’ ଉପରେ ଭାରତର ଏକ ଡକ୍ୟୁମେଣ୍ଟାରୀ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ‘ଅପରେସନ ସିନ୍ଦୂର’ବେଳେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ଡକ୍ୟୁମେଣ୍ଟାରୀ ସିରିଜ୍ ଉପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ୍ ଡକ୍ୟୁମେଣ୍ଟାରୀକୁ ଏକପାଖିଆ ବୋଲି କହିଛି। ପାକିସ୍ତାନ ଅଭିଯୋଗ କରିଛି ଯେ, ଡକ୍ୟୁମେଣ୍ଟାରୀରେ ଘଟଣାଗୁଡ଼ିକୁ ଅତ୍ୟଧିକ ନାଟକୀୟ ଭାବରେ ଉପସ୍ଥାପନ କରାଯାଇଛି।‘ଦ ଡିସ୍କଭରୀ ଡକ୍ୟୁସେରିଜ୍ ‘ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର’ ନାମକ ଡକ୍ୟୁମେଣ୍ଟାରୀ ଅଗଷ୍ଟ ୧୫ ତାରିଖରେ ପ୍ରିମିୟର ହୋଇଥିଲା। ଏହା ଉପରେ ପାକିସ୍ତାନ ସେନାର ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍‌ ରାତି ୨ଟାରେ ତାଙ୍କ ବକ୍ତବ୍ୟ ଜାରି କରି ଏହାକୁ ଦୁଃଖଦ ଓ ହାସ୍ୟାସ୍ପଦ ବୋଲି କହିଛନ୍ତି।

ମଙ୍ଗଳବାର ଭୋର ସମୟରେ ‘ଏକ୍ସ’ରେ ଏକ ପୋଷ୍ଟରେ ସରିଫ ଅଭିଯୋଗ କରିଛନ୍ତି ଯେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଶୀର୍ଷ ନେତୃତ୍ୱଙ୍କୁ ଦର୍ଶାଯାଇଥିବା ଡକ୍ୟୁମେଣ୍ଟାରୀରେ ଗମ୍ଭୀରତାର ଅଭାବ ରହିଛି ଓ ଏହାକୁ ବଲିଉଡ୍ ଶୈଳୀରେ ନାଟକୀୟ ଭାବେ ପ୍ରସ୍ତୁତ କରାଯାଇଛି। ‘ଅପରେସନ ସିନ୍ଦୂର’ ସମୟର ଘଟଣାବଳୀକୁ ଭାରତ ନିଜ ଶୈଳୀ ଓ ରଙ୍ଗ ଦେଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking