27.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶ''ବନ୍ଦେ ମାତରମ୍'' ସମ୍ପୂର୍ଣ୍ଣ ଗାନ ପାଇଁ ବିଜେପିର ପ୍ରସ୍ତାବ ପାରିତ

”ବନ୍ଦେ ମାତରମ୍” ସମ୍ପୂର୍ଣ୍ଣ ଗାନ ପାଇଁ ବିଜେପିର ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ଜାତୀୟ ସଙ୍ଗୀତ ”ବନ୍ଦେ ମାତରମ୍”ର କେବଳ ପ୍ରଥମ ଦୁଇଟି ପଦ ଗାନ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି କଠୋର ଭାବେ ନିନ୍ଦା କରିଛି। ଶନିବାର ଦଳର ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ”ବନ୍ଦେ ମାତରମ୍”ର ସମ୍ପୂର୍ଣ୍ଣ ୬ଟି ଯାକ ପଦର ସମ୍ମାନ ରକ୍ଷା କରିବା ପାଇଁ ଏକ ସଂକଳ୍ପ ପାରିତ କରାଯାଇଛି। ବୈଠକ ପୂର୍ବରୁ ବିଜେପି ନେତାମାନେ ଏକତ୍ରିତ ହୋଇ ପୂର୍ଣ୍ଣାଙ୍ଗ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ୬ଟି ପଦବିଶିଷ୍ଟ ଏହି ସମ୍ପୂର୍ଣ୍ଣ ସଙ୍ଗୀତ ଭାରତର ଜାତୀୟ ଚେତନା ଏବଂ ସ୍ବାଧୀନତା ସଂଗ୍ରାମର ଐତିହ୍ୟକୁ ପ୍ରତିଫଳିତ କରେ। ସାମ୍ପ୍ରଦାୟିକ ଚାପ, ରାଜନୈତିକ ତୁଷ୍ଟିକରଣ କିମ୍ବା ଭୋଟବ୍ୟାଙ୍କ ରାଜନୀତି ପାଇଁ ଏହାର ମହତ୍ତ୍ୱକୁ କମ୍ କରିବାର କୌଣସି ବି ଉଦ୍ୟମକୁ ଦଳ ଦୃଢ଼ ଭାବେ ବିରୋଧ କରିବ। ଏହାସହିତ, ”ବନ୍ଦେ ମାତରମ୍”ର ଇତିହାସ, ଗୁରୁତ୍ବ ଏବଂ ଐତିହ୍ୟ ବିଷୟରେ ବିଶେଷ କରି ଯୁବପିଢ଼ିକୁ ସଚେତନ କରିବା ପାଇଁ ବିଜେପି ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking