27.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶହକି ବିଶ୍ୱକପ୍‌ରେ ଆଜି ବିଗ୍‌ ଫାଇଟ୍‌! ନେଦରଲାଣ୍ଡସ ବନାମ ଭାରତ

ହକି ବିଶ୍ୱକପ୍‌ରେ ଆଜି ବିଗ୍‌ ଫାଇଟ୍‌! ନେଦରଲାଣ୍ଡସ ବନାମ ଭାରତ

ନୂଆଦିଲ୍ଲୀ : ହକି ବିଶ୍ୱକପ୍‌ରେ ଆଜି ଭାରତ ପାଇଁ କର ବା ମର ମୁକାବିଲା । ନେଦରଲାଣ୍ଡସ ବିପକ୍ଷରେ ଆଜି ମଇଦାନକୁ ଓହ୍ଲାଇବ ହରମନପ୍ରୀତ ସିଂହଙ୍କ ଟିମ୍‌ । ସେମିଫାଇନାଲ ଟିକେଟ୍‌ ଆଶା ଜୀବିତ ରଖିବାକୁ ହେଲେ ଏହି ମ୍ୟାଚ୍‌ରେ ଭାରତକୁ ଦେଖାଇବାକୁ ପଡ଼ିବ ଦମ୍‌ଦାର ପ୍ରଦର୍ଶନ । ପୂର୍ବ ମ୍ୟାଚ୍‌ଗୁଡ଼ିକରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସମୟରେ ଡିଫେନ୍ସ, ପାସିଂ ଏବଂ ଫିନିସିଂରେ ତ୍ରୁଟି ଦେଖିବାକୁ ମିଳିଥିଲା । ନେଦରଲାଣ୍ଡସ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏଭଳି ଭୁଲ୍‌ ଭାରତ ପାଇଁ ମହଙ୍ଗା ପଡ଼ିପାରେ । ତେଣୁ ଆଜି ମଇଦାନରେ ପ୍ରତ୍ୟେକ ସୁଯୋଗକୁ ଗୋଲ୍‌ରେ ପରିଣତ କରିବା ସହ ଡିଫେନ୍ସକୁ ମଜବୁତ ରଖିବାକୁ ପଡ଼ିବ ।ଅନ୍ୟପଟେ ନେଦରଲାଣ୍ଡସକୁ ମିଳିବ ହୋମ୍‌ ଗ୍ରାଉଣ୍ଡ ଓ ହୋମ୍‌ କ୍ରାଉଡ୍‌ର ଫାଇଦା । ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟରେ ଡଚ୍‌ ଟିମ୍‌ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ । ତେଣୁ ଆଜିର ମୁକାବିଲାରେ ଭାରତ ପାଇଁ ଚାପକୁ ସମ୍ଭାଳିବା ଏବଂ ଆକ୍ରମଣାତ୍ମକ ହକି ଖେଳିବା ହିଁ ମୁଖ୍ୟ ଚ୍ୟାଲେଞ୍ଜ । ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଆଜି ହରମନପ୍ରୀତ ଆଣ୍ଡ୍‌ କୋଙ୍କୁ ଦେବାକୁ ପଡ଼ିବ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ । ତେବେ ଆଜି ନେଦରଲାଣ୍ଡସ ମାଟିରେ କିଏ ମାରିବ ବାଜି ଭାରତ ନା ଘରୋଇ ଦଳ? ସମସ୍ତଙ୍କ ନଜର ଏବେ ଏହି ବିଗ୍‌ ଫାଇଟ୍‌ ଉପରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking