28.1 C
Bhubaneswar
Monday, August 24, 2026
Homeଓଡିଶାଶେଷ ସୋମବାରରେ ଜଳଲାଗି ପାଇଁ ଛୁଟିଲେ ଲକ୍ଷ ଲକ୍ଷ ଭକ୍ତ

ଶେଷ ସୋମବାରରେ ଜଳଲାଗି ପାଇଁ ଛୁଟିଲେ ଲକ୍ଷ ଲକ୍ଷ ଭକ୍ତ

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସର ଆଜି ଶେଷ ସୋମବାରରେ ମହାଦେବଙ୍କ ମୁଣ୍ଡରେ ଜଳଲାଗି କରିବା ପାଇଁ ଉଛୁଳି ପଡ଼ିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଆଗେଇ ଚାଲିଛନ୍ତି କାଉଡ଼ିଆ ଭକ୍ତ । ଖରା-ବର୍ଷା କୌଣସି ବାଧା ବି ଭକ୍ତଙ୍କ ଆସ୍ଥା ଆଗରେ ତିଷ୍ଠି ପାରିନାହିଁ । ବିଭିନ୍ନ ନଦୀ ଓ ଘାଟରୁ ପବିତ୍ର ଜଳ ଉଠାଇ ବାବା ଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ, କପିଳାସ, ଆଖଣ୍ଡଳମଣିଙ୍କ ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଆଡ଼କୁ ଛୁଟିଛି ଭକ୍ତଙ୍କ ସୁଅ ।ଆଜି ଭୋରରୁ ବାବାଙ୍କ ନିକଟରେ ଚାଲିବ ଜଳାଭିଷେକ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି । ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ରାସ୍ତା ସାରା ସେବା ଶିବିରରେ କାଉଡ଼ିଆଙ୍କ ସେବା ପାଇଁ ଲାଗିପଡ଼ିଛନ୍ତି ସ୍ଥାନୀୟ ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking