32.2 C
Bhubaneswar
Tuesday, July 7, 2026
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଆଜି ଅପରାହ୍ନ ୨ଟାରେ ସୁନ୍ଦରଗଡ଼ ସଦରଥାନା ପାତକିଯୋର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପରସ୍ପର ବିପରୀତ ଦିଗରେ ଦ୍ରୁତଗତିରେ ଆସୁଥିବା ବଲେରୋ ଓ ଯାତ୍ରୀବାହୀ କମାଣ୍ଡର ମୁହାଁମୁହିଁଧକ୍କା ହୋଇଛି। ଦୁର୍ଘଟଣାରେ କମାଣ୍ଡର ଚଲାଉଥିବା ମାଲିକଙ୍କ ସମେତ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଥିବାବେଳେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ମାଲିକ ହେଲେ କିଞ୍ଜିରକେଲାର ରୋହିତ ତନ୍ତୀ। ଅନ୍ଯ ମୃତକଙ୍କ ପରିଚୟ ମିଳିନାହିଁ। କମାଣ୍ଡର ଭିତରେ ତାଙ୍କ ମୃତଦେହ ଲାଖି ରହିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ରୋହିତ ନିୟମିତ ସୁନ୍ଦରଗଡ଼କୁ ନିଜ କମାଣ୍ଡରରେ ଯାତ୍ରୀ ନେବାଆଣିବା କରିଥାନ୍ତି। ସେ ସୁନ୍ଦରଗଡ଼ରୁ ଯାତ୍ରୀ ନେଇ କିଞ୍ଜିରକେଲା ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବଲେରୋ ସହ ଧକ୍କା ହୋଇଛି। ଧକ୍କା ଏତେ ଜୋର୍ ଥିଲା ଯେ ଗାଡ଼ିଗୁଡ଼ିକୁ ରାସ୍ତାକଡ଼କୁ ଛିଟକି ପଡ଼ିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। କିଞ୍ଜିରକେଲା- ସୁନ୍ଦରଗଡ଼ ରାସ୍ତାରେ ଆଦୌ ଫିଟନେସ୍ ନଥିବା, ଅତି ପୁରୁଣା ଗାଡ଼ିକୁ  ଅନଭିଜ୍ଞ ଚାଳକ  ଏପରିକି ହେଲପର୍ ଚଲାଇ ଅସୁରକ୍ଷିତ ଭାବେ ଯାତ୍ରୀ ବୋହୁଥିବା ଅଭିଯୋଗ ରହିଛି। ହେଲେ ମୋଟରଯାନ ନିରୀକ୍ଷକଙ୍କ ଯାଞ୍ଚ ହେଉନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking