32.2 C
Bhubaneswar
Tuesday, July 7, 2026
Homeଓଡିଶାସରକାରୀ କ୍ୱାର୍ଟର୍ସରୁ ବ୍ରାଉନସୁଗାର ଜବତ

ସରକାରୀ କ୍ୱାର୍ଟର୍ସରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଧଳା ଜହର କାରବାରର ପର୍ଦ୍ଦାଫାସ ହୋଇଛି । ଭୁବନେଶ୍ୱର ମଇଁଷିଖାଲ ଅଞ୍ଚଳ ନିକଟ ଏକ ସରକାରୀ ଆପାର୍ଟମେଣ୍ଟରେ ଚଢ଼ାଉ କରି ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ବାପା ବିଜୟ ମହାନ୍ତି ଓ ପୁଅ ଓମ ମହାନ୍ତିଙ୍କୁ ଅବକାରୀ ବିଭାଗ ଉଠାଇ ନେଇ ମାରାଥନ ଜେରା କରୁଛି । ଚଢ଼ାଉ ବେଳେ ଘରୁ ବହୁ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ସହ ଏକ ଲକ୍ଜୁରୀ କାରକୁ ମଧ୍ୟ ଖାନତଲାସୀ କରାଯାଉଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ନିଜ ଘରଠାରୁ ପ୍ରାୟ ୩ କିଲୋମିଟର ଦୂରରେ ବ୍ରାଉନସୁଗାର ରଖି ତାହାର ବେଆଇନ ବିକ୍ରି କରୁଥିଲେ । ମଇଁଷିଖାଲ ନିକଟସ୍ଥ ସରକାରୀ ଆପାର୍ଟମେଣ୍ଟକୁ ଡ୍ରଗ୍ସ କାରବାରର ଆଡ଼ା ଭାବେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ଅବକାରୀ ବିଭାଗ ବର୍ତ୍ତମାନ ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ, ଏହାର ମୂଲ୍ୟ ଓ ଏହି କାରବାର ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking