31.3 C
Bhubaneswar
Wednesday, July 1, 2026
Homeଓଡିଶାଝାରସୁଗୁଡ଼ା-ମୁମ୍ବାଇ ବିମାନ ସେବା ବନ୍ଦ: ଦୁଇ ରୁଟ୍‌ରେ କମିଲା ଉଡ଼ାଣ

ଝାରସୁଗୁଡ଼ା-ମୁମ୍ବାଇ ବିମାନ ସେବା ବନ୍ଦ: ଦୁଇ ରୁଟ୍‌ରେ କମିଲା ଉଡ଼ାଣ

ଭୁବନେଶ୍ୱର: ମୌସୁମୀ ଆସିବା ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଛାଇ ଗଲାଣି ସଙ୍କଟର କଲା ମେଘ। ଯାତ୍ରୀ ଅସନ୍ତୋଷ, ଶିକ୍ଷା ସ୍ୱାସ୍ଥ୍ୟ ସେବା ବ୍ୟାହତ ଏବଂ ଯାତ୍ରୀ ଙ୍କ ପକେଟ ଉପରେ ପଡୁଛି ପ୍ରଭାବ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା। ଗତ ଜୁନ୍ ୧୭ ତାରିଖରୁ ଝାରସୁଗୁଡ଼ା-ମୁମ୍ବାଇ ସିଧାସଳଖ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ କରିଛି ଇଣ୍ଡିଗୋ ଏୟାର ଲାଇନ୍ସ ।ଆଗାମୀ ଅକ୍ଟୋବର ମାସରେ ଉଇଣ୍ଟର ସେଡ୍ୟୁଲ୍ ଆସିବା ପରେ ସେବା ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି। କେବଳ ମୁମ୍ବାଇ ନୁହେଁ, ଝାରସୁଗୁଡ଼ା-କୋଲକାତା ଓ ଝାରସୁଗୁଡ଼ା-ବାଙ୍ଗାଲୋର ବିମାନ ସେବା ମଧ୍ୟ କମାଇ ଦିଆଯାଇଛି।

ପୂର୍ବରୁ ସପ୍ତାହର ସାତ ଦିନ ଚାଲୁଥିବା ଏହି ଦୁଇଟି ରୁଟ୍‌ରେ ଏବେ ମାତ୍ର ୪ ଦିନ ବିମାନ ଚଳାଚଳ କରିବ। ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି ଓ ବିମାନ ଇନ୍ଧନ ସଙ୍କଟକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପଶ୍ଚିମ ଓଡ଼ିଶାର ବ୍ୟବସାୟ, ଆଇଟି କର୍ମଚାରୀ ଓ ନିୟମିତ ବିମାନ ଯାତ୍ରୀଙ୍କ ଉପରେ। ଏବେ ଯାତ୍ରୀମାନଙ୍କୁ ଭୁବନେଶ୍ୱର କିମ୍ବା ଅନ୍ୟ ସହର ଦେଇ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ୁଛି। ଫଳରେ ସମୟ ସହ ଯାତ୍ରା ଖର୍ଚ୍ଚ ମଧ୍ୟ ବଢ଼ିଯାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତେବେ ଅପରେସନାଲ ସମସ୍ୟା ଯୋଗୁଁ ଏହି ସେବା ସାମୟିକ ଭାବେ ବନ୍ଦ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିବା ଆମ ଝାରସୁଗୁଡ଼ା ପ୍ରତିନିଧି ଙ୍କ ସହିତ ଆଲୋଚନା ବେଳେ ବିମାନ ବନ୍ଦରର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଦାଉଣ୍ଡିଆ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking