କେନ୍ଦୁଝର: ବିଷାକ୍ତ ସାପ କାମୁଡ଼ାରେ ଜଣେ ମୃତ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୂଇଁପୁର ମଠଗୋଡ଼ ସାହିର ୪୦ ବର୍ଷୀୟ ବୀରବର ନାଏକଙ୍କର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଗତକାଲି ରାତିରେ ବୀରବର ଖାଇପିଇ ନିଜ ଘର ଚଟଣାରେ ଶୋଇଥିବାବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା । ରାତି ପ୍ରାୟ ୩ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ ।ପରେ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇ ଦେଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସାପକୁ ପରିବାର ଲୋକେ ମାରି ପୋଡ଼ି ଦେଇଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










