ସୁନ୍ଦରଗଡ଼: ଆଜି ଭୋର୍ ସମୟରେ ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ୍ କାର୍ ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ଭାଙ୍ଗି ଚୂରମାର ହୋଇଥିବାବେଳେ ଘଟଣାସ୍ଥଳରେ ଜଣକର ମୃତ୍ଯୁ ଓ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ କୌଣସି ଗାଡ଼ି ଧକ୍କା କିମ୍ବା ଭାରସାମ୍ଯ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।କେହି ଜଣେ ସକାଳ ସାଢ଼େ ୫ଟାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ଭଷ୍ମା ପୁଲିସକୁ ସୂଚନା ଦେବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ି ଭିତରୁ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହ ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇ ଓ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତାହତଙ୍କ ପରିଚୟ ହସ୍ତଗତ ହୋଇ ନାହିଁ।









