36 C
Bhubaneswar
Monday, June 29, 2026
Homeଓଡିଶାଆଜି ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା: ଗଜବେଶରେ ଦର୍ଶନ ଦେବେ ତିନି ଠାକୁର

ଆଜି ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା: ଗଜବେଶରେ ଦର୍ଶନ ଦେବେ ତିନି ଠାକୁର

ପୁରୀ : ଆଜି ସ୍ନାନପୂର୍ଣ୍ଣିମା। ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସୁଛନ୍ତି ଚତୁର୍ଦ୍ଧା ମୂରତି। ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା  ପହଣ୍ଡି ବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଶେଷରେ ପହଣ୍ଡି କରି ସ୍ନାନବେଦୀରେ ବିରାଜିଥିଲେ କାଳିଆ ସାଆନ୍ତ। ୧୦୮ ଗରା ପବିତ୍ର ଜଳରେ ସ୍ନାନ ରିଛନ୍ତି ଶ୍ରୀଜିଉ। ଏହାପରେ ଗଜବେଶରେ ଦର୍ଶନ ଦେବେ ତିନି ଠାକୁର। ବର୍ଷସାରା ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଇଥାଏ, କିନ୍ତୁ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ଦିବ୍ୟ ଜଳରେ ରିଛନ୍ତି ସ୍ନାନ। ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ରିଛନ୍ତି । ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ରହିଛି ସାହାଣମେଲା ଦର୍ଶନ। ମହାପ୍ରଭୁଙ୍କ ଏହି ଦିବ୍ୟସ୍ନାନର ପ୍ରତ୍ୟକ୍ଷ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ପୁରୀରେ ଜମିଛି ଭକ୍ତଙ୍କ ଭିଡ଼। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୭୯ ପ୍ଳାଟୁନ୍ ଫୋର୍ସ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍ ଉପରେ ରହିଛି ପ୍ରଶାସନର ଫୋକସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking