38.4 C
Bhubaneswar
Friday, June 26, 2026
Homeଓଡିଶାତାପମାତ୍ରା ବୃଦ୍ଧିରେ ଜଳୁଛି ୟୁରୋପ: ଆର୍ଥିକ ସଙ୍କଟର ଆଶଙ୍କା

ତାପମାତ୍ରା ବୃଦ୍ଧିରେ ଜଳୁଛି ୟୁରୋପ: ଆର୍ଥିକ ସଙ୍କଟର ଆଶଙ୍କା

ନୂଆଦିଲ୍ଲୀ: ଜଳୁଛି ୟୁରୋପ । ତାପମାତ୍ରା ବୃଦ୍ଧିର ପ୍ରଭାବରେ ଏବେ ପ୍ରଭାବିତ ୟୁରୋପର ଅନେକ ଦେଶ । ଦିନ ସହ ରାତି ତାପମାତ୍ରା ବି ବଢିଲାଣି । ଆଗକୁ ସୃଷ୍ଟି କରିବ ଭୟଙ୍କର ସ୍ଥିତି । ସାମାଜିକ ସହ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବ । ଭାରତରେ ମଧ୍ୟ ସମାନ ପରିସ୍ଥିତି । ରିପୋର୍ଟ ଅନୁସାରେ, ୟୁରୋପରେ ଲୋକଙ୍କ ଆୟ କମୁଛି । ଯାହା ପୂର୍ବାପେକ୍ଷା ୩ ପ୍ରତିଶତ କମିଲାଣି । ଏହାର କାରଣ ହେଉଛି ତାତି ଏବଂ ମରୁଡି । ଭାରତୀୟ ମଧ୍ୟ ସମାନ ପରିସ୍ଥିତିର ଶିକାର ହେବାକୁ ଯାଉଛନ୍ତି । କାରଣ ଏଠାକାର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭରଶୀଳ ।ଚଳିତ ବର୍ଷ ମୌସୁମୀ ମଧ୍ୟ ବିଶେଷ ପ୍ରଭାବ ପକାଇନପାରେ । କାରଣ ଏଲ୍ ନିନୋ ପ୍ରଭାବରେ ମୌସୁମୀ ଦୁର୍ବଳ ହୋଇଛି । ଯେତିକି ବର୍ଷା ହେବା କଥା ତାଠାରୁ କମ୍ ବର୍ଷା ହୋଇଛି । ବିଶ୍ୱବ୍ୟାଙ୍କର ରିପୋର୍ଟ କହୁଛି ଯେ, ଯଦି ହାରାହାରି ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଏ ତାହାଲେ ଏହା ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିବ । ଅସମାନତା ବୃଦ୍ଧି ପାଇବା ସଙ୍ଗେ ଦାରିଦ୍ର୍ୟ ବଢିବ । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏହି ତାରତମ୍ୟ ଅଧିକ ରହିବ । ଅଧିକ ହିଟଓ୍ୱେଭ୍ କାରଣ କେବଳ ଜଳବାୟୁ ଉପରେ ପ୍ରଭାବ ପକାଏ ନାହିଁ । ଏହା ରୋଜଗାର, ଉତ୍ପାଦନ, ଖାଦ୍ୟ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking