35 C
Bhubaneswar
Friday, June 26, 2026
Homeଓଡିଶାବହି ତ୍ରୁଟି ପଛରେ ଷଡଯନ୍ତ୍ର: ମୁଖ୍ୟମନ୍ତ୍ରୀ

ବହି ତ୍ରୁଟି ପଛରେ ଷଡଯନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍‌ସ୍ତୁଲ୍‌ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ ।  ଏମିତି ସ୍ଥିତିରେ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ସାମ୍ନାକୁ ଆସିଛି  । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । “ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ  ଯଥେଷ୍ଟ  ଅଧିକ। ପାଣ୍ଡୁଲିପି ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଯାଞ୍ଚ ଆବଶ୍ୟକ। ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବାର ଚେତବାନୀ ଦେଇଛନ୍ତି  । ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ । ନୂଆ ବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ସମସ୍ତ, ନୂତନ କପି ମୁଦ୍ରଣ ଏବଂ ପୁନଃବଣ୍ଟନ କରାଯିବ।  ଯେଉଁମାନେ ଷଡଯନ୍ତ୍ରରେ ସାମିଲ ଥିଲେ ତଣ୍ଡ ଗଣିବେ । ସେମାନଙ୍କ ପାଖରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ । ତଦନ୍ତ ରିପୋର୍ଟ ଅଯାୟୀ ଆକ୍ସନ ନିଆଯିବା ନେଇ ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking