27.5 C
Bhubaneswar
Monday, June 22, 2026
Homeଦେଶ ବିଦେଶଦୁଇ ଫାଳ ହେଲା ଉଦ୍ଧବଙ୍କ ସେନା

ଦୁଇ ଫାଳ ହେଲା ଉଦ୍ଧବଙ୍କ ସେନା

ମୁମ୍ବାଇ: ଉଦ୍ଧବ ଗୋଷ୍ଠୀକୁ ଲାଗିଲା ବଡ ଝଟକା। ଦୁଇ ଫାଳ ହେଲା ଉଦ୍ଧବଙ୍କ ସେନା। ବାଜିମାରିଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମହାରାଷ୍ଟ୍ରର ଉଦ୍ଧବ ଠାକରେ ଗୋଷ୍ଠୀର ନଅ ଜଣ ଶିବସେନା ସାଂସଦଙ୍କ ମଧ୍ୟରୁ ଛଅ ଜଣ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ବିଦ୍ରୋହୀ ସାଂସଦମାନେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ତାଙ୍କ ନନ୍ଦନବନ ବଙ୍ଗଳାରେ ଏକ ବୈଠକ କରିଥିଲେ। ଏହା ପରେ,ବିଦ୍ରୋହୀ ସାଂସଦମାନେ ସିନ୍ଦେଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ସେମାନଙ୍କ ଦଳ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି।ସିନ୍ଦେ କହିଛନ୍ତି, ଯେତେବେଳେ ଆମେ ବିଦ୍ରୋହ କରିଥିଲୁ ସେତେବେଳେ ଆମର ୪୦ ଜଣ ବିଧାୟକ ଥିଲେ। ଏବେ ଆମେ ଚୌକା ନୁହେଁ, ଛକା ମାରିଛୁ। ୨୦୨୨ରେ, ଶିବସେନା ଦଳ ଏବଂ ଏହାର ଧନୁ ଓ ତୀରକୁ ବଞ୍ଚାଇବା ପାଇଁ ବିଦ୍ରୋହ କରିଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆମର ଲଢ଼େଇ ବାଲାସାହେବଙ୍କ ଚିନ୍ତାଧାରା ରକ୍ଷା କରିବା ପାଇଁ ଆଜି ଏହି ଛଅ ଜଣ ସାଂସଦ ବାଲାସାହେବଙ୍କ ମୂଳ ଶିବସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଛଅ ଜଣ ସାଂସଦଙ୍କ ଯୋଗଦାନ ସହିତ ଲୋକସଭାରେ ସିନ୍ଦେ ଗୋଷ୍ଠୀର ସାଂସଦଙ୍କ ସଂଖ୍ୟା ସାତରୁ ୧୩ କୁ ବୃଦ୍ଧି ପାଇଛି। ଏହି ସମୟରେ, ନଅ ଜଣଙ୍କ ମଧ୍ୟରୁ ଉଦ୍ଧବ ଠାକରେ ଗୋଷ୍ଠୀରେ କେବଳ ତିନି ଜଣ ସାଂସଦ ରହିଛନ୍ତି। ୨୦୨୨ ପରଠାରୁ ଶିବସେନାରେ ଏହା ଦ୍ୱିତୀୟ ବିଭାଜନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking