ବିରୋଧୀ ଦଳ ନେତା ତଥା ବର୍ତ୍ତମାନ ଯୁବ ଛାତ୍ର ସମାଜର ଆଶା ଭରଷା ଜନନେତା ରାହୁଳ ଗାନ୍ଧୀଙ୍କ 56 ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଜି ସନ୍ଧ୍ୟା 6 ଟାରେ କଂଗ୍ରେସ ଭବନଠାରେ ଏକ ଭବ୍ୟ ସମାବେଶରେ ଜନ୍ମ ଉତ୍ସବ ପାଳନ ସହ ‘ନ୍ୟାୟ ଓ ସମାନତାର ସ୍ୱର : ରାହୁଳ ଗାନ୍ଧୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଶିକ୍ଷାବିତ ଓ ଗବେଷକ ପ୍ରଫେସର ସତ୍ୟ ନାରାୟଣ ସାହୁ, ବରିଷ୍ଠ ଆଇନଜୀବୀ ପରେଶ ଦାଶ ଓ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଉକ୍ତ ପ୍ରସଙ୍ଗରେ ଆଲୋଚକ ଭାବରେ ଯୋଗଦେବେ l କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ l ଏହି ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଯୁବବର୍ଗ ଓ ମହିଳାଙ୍କୁ ଅନେକ ସଂଖ୍ୟାରେ ଯୋଗଦାନ କରିବାକୁ, ଉତ୍ସବର ସଫଳ ରୂପାୟନ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁରୋଧ କରିଛନ୍ତି l










