ଭୁବନେଶ୍ୱର: ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜନୀତି ଜୋର ଧରିଛି । ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ କରି ସେ କହିଛନ୍ତି, ଗୁଜରାଟରେ ବହି ମୁଦ୍ରଣ କରି ଗୁଜରାଟୀ ଗୀତ ସ୍ଥାନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ସହ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେବା ଉଚିତ୍ ବୋଲି ସେ ଦାବି କରିଛନ୍ତି । ଏହାସହ ବହି ମୁଦ୍ରଣର ଦାୟିତ୍ୱ ପାଇଥିବା ଠିକା ସଂସ୍ଥାର ନାଁ ସାର୍ବଜନୀନ କରିବାକୁ ମଧ୍ୟ ସେ ଦାବି ଉଠାଇଛନ୍ତି । ପ୍ରୟୋଜନ ପଡ଼ିଲେ ଏହି ପ୍ରସଙ୍ଗରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ଓଡ଼ିଶା ବନ୍ଦ କରିବେ ବୋଲି ସତର୍କ କରିଛନ୍ତି ।










