ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ୍ ଶାହ ୩ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ । ସେଦିନ ରାତିରେ ଝାରସୁଗୁଡ଼ାରେ ରାତ୍ରିଯାପନ କରିବେ । ପରେ ବରଗଡ଼ ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟ ଏବଂ ପ୍ରକଳ୍ପର ଲୋକାର୍ପଣ କରିବେ । ପଶ୍ଚିମ ଓଡ଼ିଶାର ଲୋକଙ୍କ ଭିତରେ ଉତ୍ସାହ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିଲେ ଓଡ଼ିଶାର ବିକାଶକୁ ଗୁରୁତ୍ବ ଦେଇଥିଲେ । ବରଗଡ଼ ରେ ଇଥାନଲ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ଆରମ୍ଭ କରିଥିଲେ । ଏବେ ତାହା ଶେଷ ହୋଇଛି ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଯାଉଛି । ବରଗଡ଼ ଏବଂ ପଶ୍ଚିମ ଓଡ଼ିଶାର ଅର୍ଥନୀତିରେ ଏକ ଗତି ଆଣିବ । ଧାନ ନଡ଼ାରୁ ଇଥନଲ ପ୍ରସ୍ତୁତ ଚାଷୀ ପାଇଁ ମଧ୍ୟ ଏକ ଖୁସି ଆଣିଦେବ ।










