32.4 C
Bhubaneswar
Wednesday, July 1, 2026
Homeଓଡିଶାମଇଁଷି ବିବାଦରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ମଇଁଷି ବିବାଦରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ନୟାଗଡ଼: ବିଲ ହୁଡ଼ାରେ ମଇଁଷି ନେବାକୁ ବାରଣ କରିବାରୁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପାଣ୍ଡେରିପାଟଣା ଗାଁରେ । ସୂଚନା ଅନୁସାରେ ପାଣ୍ଡେରିପାଟଣା ଗାଁର ପୀତବାସ ଖଟୁଆଙ୍କ ଜମି ହୁଡ଼ାରେ ବାଘେରା ଗାଁର ବାନାମ୍ବର ପରିଡ଼ା ସବୁବେଳେ ମଇଁଷି ନବା ଆଣିବା କରୁଥିଲେ । ୧୫ ଦିନ ତଳେ ଏହାକୁ ପୀତବାସ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା ।ଏ ନେଇ ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଗତକାଲି ପୀତବାସ ବାଘେରା ଗାଁରେ ଚା ପିଉଥିବାବେଳେ ବାନାମ୍ବର ଓ ତାଙ୍କର କିଛି ସହଯୋଗୀ ପୀତବାସଙ୍କୁ ଉଠାଇ ନେଇଥିଲେ । କିଛି ଦୂରରେ ମରଣାନ୍ତକ ଆକ୍ରମଣ କରି ଛାଡ଼ି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ଘର ଲୋକେ ପୀତବାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଇଟାମାଟି ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking