ଭୁବନେଶ୍ୱର: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ । ଦଳରେ ସାମିଲ ହେବା ପରେ ସୁଜାତା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ଦଳରେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଯୋଗଦେଲି । ନବୀନଙ୍କ ନେତୃତ୍ୱରେ କାମ କରିବାର ସୁଯୋଗ ପାଇଁ ଭାଗ୍ୟଶାଳୀ । ନବୀନଙ୍କ ନିର୍ଦ୍ଦେଶରେ ଦଳ ପାଇଁ କାମ କରିବି । ସୂଚନାଥାଉକି, ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ । ଦଳର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା ।ସୁଜାତାଙ୍କ ଯୋଗଦାନକୁ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ବିଧାୟକ, ବରିଷ୍ଠ ନେତା, ଜନପ୍ରତିନିଧି ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତିି ।










