32.4 C
Bhubaneswar
Wednesday, July 1, 2026
Homeଓଡିଶାନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ନର୍ଲା: ନର୍ଲା ରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନରେ ଆଜି ସକାଳୁ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ।ଏହି ରୁଠ ରେ ଚାଲୁଥିବା ଟ୍ରେନ ର ରହଣି ଦାବୀ କରି ଆନ୍ଦୋଳନ । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ପ୍ରତିବାଦ କରୁଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ କେସିଙ୍ଗା SDPO ଙ୍କ ନେତୃତ୍ୱରେ ପୋଲିସ ଟିମ, ସମ୍ବଲପୁର ଏବଂ ଟିଟିଲାଗଡ଼ ର ବରିଷ୍ଠ ରେଳ ଅଧିକାରୀ ମାନେ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରୁଛନ୍ତି । ତେବେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।ଏହି ଆନ୍ଦୋଳନ ଯୋଗୁଁ ସମ୍ପୃକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ଟ୍ରେନ୍‌ର ସମୟସୂଚୀ ପ୍ରଭାବିତ ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking