32.4 C
Bhubaneswar
Wednesday, July 1, 2026
Homeଓଡିଶାଖୁବଶୀଘ୍ର ୱେବସାଇଟରେ ସଂଶୋଧିତ ବହି

ଖୁବଶୀଘ୍ର ୱେବସାଇଟରେ ସଂଶୋଧିତ ବହି

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିକୁ ନେଇ ରାଜ୍ୟରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରେସମିଟ୍ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଶେଷଜ୍ଞ କମିଟି ତ୍ରୁଟିଗୁଡ଼ିକର ସମୀକ୍ଷା କରୁଛନ୍ତି ଏବଂ ସଂଶୋଧନ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଖୁବଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକର ଡିଜିଟାଲ କପି ବିଭାଗର ଅଧିକୃତ ୱେବସାଇଟରେ ଅପଲୋଡ୍ କରାଯିବ ।ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସଠିକ୍ ସଂସ୍କରଣକୁ ସହଜରେ ବ୍ୟବହାର କରିପାରିବେ । ବିଭାଗ କହିଛି, ପାଠ୍ୟପୁସ୍ତକର ଗୁଣାତ୍ମକ ମାନ ବଜାୟ ରଖିବା ସହ ଭବିଷ୍ୟତରେ ଏଭଳି ତ୍ରୁଟି ନ ହେବା ପାଇଁ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ।ଏହି ପ୍ରସଙ୍ଗରେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭ୍ରମିତ ନ ହେବାକୁ ଅନୁରୋଧ କରାଯାଇଛି । ସଂଶୋଧିତ ପାଠ୍ୟପୁସ୍ତକ ଉପଲବ୍ଧ ହେବା ପରେ ସେହି ସଂସ୍କରଣକୁ ଅନୁସରଣ କରିବାକୁ ବିଭାଗ ପରାମର୍ଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking