31.3 C
Bhubaneswar
Wednesday, July 1, 2026
Homeଦେଶ ବିଦେଶଆଜିଠାରୁ ଦେଶରେ ନୂଆ ନିୟମ ଲାଗୁ: ପାସପୋର୍ଟ ଫି ବୃଦ୍ଧି

ଆଜିଠାରୁ ଦେଶରେ ନୂଆ ନିୟମ ଲାଗୁ: ପାସପୋର୍ଟ ଫି ବୃଦ୍ଧି

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଏକାଧିକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଯାହା ସାଧାରଣ ଜନଜୀବନ, ଆର୍ଥିକକାରବାର ଓ ସରକାରୀ ସେବାକୁ ପ୍ରଭାବିତ କରିବ । ସରକାରୀ ସେବାକୁ ପ୍ରଭାବିତ କରିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫି ବୃଦ୍ଧି କରାଯାଇଛି । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢି ୨୫୦୦ ଟଙ୍କା ହୋଇଛି । ସେହିପରି ୬୦ ପୃଷ୍ଠା ପାସପୋର୍ଟ ଫିରେ ମଧ୍ୟ ପରିବର୍ତ୍ତନ ହୋଇଛି । ତତ୍କାଳ ସେବା ଏ ପାସପୋର୍ଟ ସମ୍ପର୍କିତ ଅନ୍ୟାନ୍ୟ ଫି ମଧ୍ୟ ବୃଦ୍ଧି ପାଇଛି । ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବାରୁ ଭିବି ଜି ରାମ ଜି ନାମରେ ନୂଆ ଯୋଜନା ଲାଗୁ ହେବ । ଏହା ମନରେଗାର ସ୍ଥାନ ନେବା ସହ ବର୍ଷକୁ ୧୨୫ ଦିନ କାମ ଯୋଗାଇବାର ଲକ୍ଷ୍ୟ ରଖିଛି ।ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ନୂଆ ନିୟମ ଆସିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିସ୍-ସେଲିଂ ଉପରେ କଡ଼ା ନିୟମ ଲାଗୁ ହେବ । ଗ୍ରାହକଙ୍କୁ ଭ୍ରମିତ କରି ସେବା ବିକ୍ରି କଲେ ବ୍ୟାଙ୍କକୁ ଟଙ୍କା ଫେରାଇବା ସହ କ୍ଷତିପୂରଣ ଦେବାକୁ ପଡ଼ିବ । ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ନିକଟରେ ଥିବାରୁ ବିଳମ୍ବ କଲେ ଅତିରିକ୍ତ ଫି ଲାଗିବ । ସେହିପରି ଆଧାରରେ ଇମେଲ୍ ଅପଡେଟ୍ ସେବା ମଧ୍ୟ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣା ହେବ । କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି । SBI ଓ HDFC ବ୍ୟାଙ୍କର ରିୱାର୍ଡ ପଏଣ୍ଟ୍ ଓ ଲାଉଞ୍ଜ ସୁବିଧା ନିୟମ ନୂଆ ଭାବେ ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking