31.3 C
Bhubaneswar
Wednesday, July 1, 2026
Homeଓଡିଶାଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା: ଓୟୁଏସଏସଏସସି

ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା: ଓୟୁଏସଏସଏସସି

ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଅପଡେଟ୍ । ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା SI ପରୀକ୍ଷା ଅକ୍ଟୋବର ସୁଦ୍ଧା ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ହୋଇଥିବା ସମସ୍ତ ପ୍ରାର୍ଥୀ ପୁଣିଥରେ ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସିଲାବସ୍‌ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ପରୀକ୍ଷା କରିବାକୁ କମିଶନ ପ୍ରତିଶ୍ରୁତି ଦେଇଛି ।ସେପଟେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ଭୁବନେଶ୍ୱରସ୍ଥିତ OUSSC କାର୍ଯ୍ୟାଳୟ ଆଗରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି SI ଆଶାୟୀ । ପ୍ରାୟ ତିନି ମାସ ହେଲା କାର୍ଯ୍ୟାଳୟ ଚାଲୁଥିଲେ ମଧ୍ୟ ସେଠାରେ ନାମଫଳକ ନଥିବା ଅଭିଯୋଗ କରି, ନିଜେ ଏକ ନାମଫଳକ ଲଗାଇ କଳା ଫିତା କାଟି ପ୍ରତୀକାତ୍ମକ ଭାବେ କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ । ଏହା ମାଧ୍ୟମରେ କମିଶନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଶୀଘ୍ର ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ସମ୍ପନ୍ନ କରିବାକୁ ଦାବି କରିଛନ୍ତି ଆଶାୟୀ ପରୀକ୍ଷାର୍ଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking