28.3 C
Bhubaneswar
Wednesday, July 1, 2026
Homeଓଡିଶାସହକାରୀ-କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ସହକାରୀ-କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦ୍ଦାଫାଶ । ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ୍ କରି ୩୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ବ୍ଲକର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି ।କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏମଜିଏନଆରଜିଏସରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ବିଭାଗ ଗିରଫ କରିଛି । କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ଏମଜିଏନଆରଇଜିଏସରେ ମିଥ୍ୟା ବିଲ୍ କରି ୩୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ସେମାନଙ୍କ ନାଁରେ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏଥିରେ ଅର୍ଥ ଆତ୍ମସାତ ହୋଇଥିବା ସ୍ପଷ୍ଟ ହୋଇଥିଲା ।ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଏବଂ ବ୍ଲକ୍ ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲ୍ଲା ପରିଷଦ ପକ୍ଷରୁ ଭିଜିଲାନ୍ସକୁ ଦିଆଯାଇଥିଲା । ଏହି ମାମଲାର ତଦନ୍ତ କରି ସେମାନଙ୍କୁ ଗିରଫ କରାଯାଇଛି ବୋଲି ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking