27.8 C
Bhubaneswar
Wednesday, July 15, 2026
Homeଦେଶ ବିଦେଶଇରାନ-ଆମେରିକା ସଂଘର୍ଷରେ ଗଲା ଆଉ ଜଣେ ଭାରତୀୟଙ୍କ ଜୀବନ

ଇରାନ-ଆମେରିକା ସଂଘର୍ଷରେ ଗଲା ଆଉ ଜଣେ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: ଓମାନ ଉପକୂଳରେ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କର୍ମାକର । ସାଇପ୍ରସ୍ ପତାକା ଥିବା ଏକ ଜାହାଜରେ ସେ ଆସୁଥିବା ବେଳେ ଇରାନ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ଜାହାଜଟି ଧ୍ୱଂସ ହୋଇଯାଇଥିଲା । ଯେଉଁଥିରେ ହେରମ୍ବଙ୍କ ଜୀବନ ଯାଇଛି । ତେବେ ତାଙ୍କୁ କିଛି ଅଘଟଣ ଘଟିବା ନେଇ ପୂର୍ବରୁ ଆଭାସ ମିଳିସାରିଥିଲା । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ ବେଳେ ସେ ଚିନ୍ତିତ ହୋଇ ପଡିଥିଲେ । କିନ୍ତୁ ଘରକୁ ସେ ସୁରକ୍ଷିତ ଭାବେ ଗଲଫ୍ ଅତିକ୍ରମ କରିଥିବା ନେଇ ମେସେଜ୍ କରିଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆୟାଇଛି । ୩୦ ବର୍ଷୀୟ ହେରମ୍ବଙ୍କ ଘର ହେଉଛି ମହାରାଷ୍ଟ୍ରର ପୁନେରେ । ସେ ମେରାଇନ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଜିଏଫଏକ୍ସ ଗ୍ୟାଲେକ୍ସିରେ ଆକ୍ରମଣ ପରେ ଅନ୍ୟ ଭାରତୀୟଙ୍କ ସହ ସେ ମଧ୍ୟ ନିଖୋଜ ହୋଇଯାଇଥିଲେ । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଥିବା ଓମାନ ଉପକୂଳରେ ଏହି ଅଘଟଣ ଘଟିଥିଲା । ରବିବାର ଘଟିଥିବା ଏହି ଅଘଟଣରେ ୧୧ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ । ପରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ହେରମ୍ବଙ୍କ କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ହେରମ୍ବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ତାଙ୍କ ପିତା ବିବେକ ଟଣ୍ଡନ୍ କହିଛନ୍ତି ଯେ, ପୁଅ ଆଉ ନାହିଁ । ସରକାର କେବଳ ପୁଅର ମୃତଦେହକୁ ପରିବାର ଲୋକଙ୍କୁ ଦେଇଦିଅନ୍ତୁ । ଏତିକି ହିଁ ସରକାରଙ୍କ ପାଖରେ ଅନୁରୋଧ ବୋଲି ବିବେକ କହିଛନ୍ତି । ଅଘଟଣ ପୂର୍ବରୁ ପୁଅ ହେରମ୍ବ ମେସେଜ୍ କରିଥିଲେ । ଜାହାଜଟି ସୁରକ୍ଷିତ ଭାବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ କରିଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାର କିଛି ମିନିଟ ପରେ ଯୋଗାଯୋଗ ହୋଇପାରିନଥିଲା । ଯାହା ପରେ ଜାହାଜରେ ବିସ୍ପୋରଣ ଏବଂ ପୁଅର ନିଖୋଜ ଖବର ଆସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking