29.3 C
Bhubaneswar
Wednesday, August 12, 2026
Homeଓଡିଶାଲିଙ୍ଗ ନିରୂପଣ ଅଭିଯୋଗ: ୪ ଅଟକ

ଲିଙ୍ଗ ନିରୂପଣ ଅଭିଯୋଗ: ୪ ଅଟକ

ଓଡ଼ାପଡ଼ା:  ଲିଙ୍ଗ ନିରୂପଣ ଅଭିଯୋଗକୁ ନେଇ ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଆଧାରରେ ମୋଟଙ୍ଗା ପୁଲିସ ଏକ ଘରୋଇ କ୍ଲିନିକ୍‌ରେ ଚଢ଼ାଉ କରି କ୍ଲିନିକ୍‌କୁ ସିଜ୍ କରିବା ସହ ସେଠାରେ ଥିବା ଚିକିତ୍ସା ଯନ୍ତ୍ରପାତିକୁ ସିଲ୍ କରିଛି। ପ୍ରାଥମିକ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ସୂଚନା ଅନୁସାରେ, ବେଆଇନ ଭାବେ ଭ୍ରୂଣର ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ କ୍ଲିନିକ୍‌ରେ ଥିବା ବିଭିନ୍ନ ଯନ୍ତ୍ରପାତି ଯାଞ୍ଚ କରାଯିବା ସହ ସେଗୁଡ଼ିକୁ ସିଲ୍ କରାଯାଇଛି। ପରେ ୪ ଜଣଙ୍କୁ ମୋଟଙ୍ଗା ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking