33.1 C
Bhubaneswar
Friday, July 10, 2026
Homeଓଡିଶାସୋଫିଆଙ୍କୁ କଂଗ୍ରେସର ଜବାବ

ସୋଫିଆଙ୍କୁ କଂଗ୍ରେସର ଜବାବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳର ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱକୁ ଅମାନ୍ୟକରି କ୍ରସ ଭୋଟିଙ୍ଗ ଜରିଆରେ ନିଲମ୍ବନକୁ ଆପଣାଇଥିବା ବିଧାୟିକା ସୋଫିଆ ଫିର୍ଦୋଷ, ଆଉ କେଉଁ ମୁହଁରେ କଂଗ୍ରେସ ନେତୃତ୍ୱ ବିଷୟରେ ଆଲୋଚନା କରୁଛନ୍ତି ବୋଲି ପିସିସି ପକ୍ଷରୁ ପ୍ରଶ୍ନ କରାଯାଇଛି l ଦଳ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି l ରାହୁଳ ଗାନ୍ଧୀଙ୍କ ମାର୍ଗ ଦର୍ଶନରେ ପିସିସି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟବ୍ୟାପୀ କଂଗ୍ରେସ ଏକାଧିକ ଆନ୍ଦୋଳନ କରିଥିବାବେଳେ ସୋଫିଆଙ୍କ ସମାଲୋଚନା ନିରର୍ଥକ l ରାଜ୍ୟରେ ସ୍କୁଲ ପାଠ୍ୟପୁସ୍ତକରେ ଥିବା ଶହ ଶହ ତ୍ରୁଟି ବିଚ୍ୟୁତି ବିରୋଧରେ ରାଜ୍ୟଵ୍ୟାପୀ ସମସ୍ତ ଡିସିସି, ପ୍ରଦେଶ ଯୁବ କଂଗ୍ରେସ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କରା ଯାଇଥିବା ବିକ୍ଷୋଭ ପ୍ରଦର୍ଶନ ସୋଫିଆଙ୍କୁ ଦେଖାଗଲା ନାହିଁ କିପରି ? ଏପରିକି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉମରକୋଟ ବାସଭବନ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଘେରାଓ କରାଯିବା ସହ କୋରାପୁଟ ବନ୍ଦ ଡାକରା ସଫଳ କରାଯିବା ବିଷୟରେ ସୋଫିଆ ଅଜ୍ଞ ରହିଲେ କିପରି ? ନିଟ ପ୍ରଶ୍ନପତ୍ର ପ୍ରଘଟ ସିବିଏସଇ ପରୀକ୍ଷାର ଅନିୟମିତତା ବିରୋଧରେ କଂଗ୍ରେସ ଓ ଏହାର ଛାମୁଆଁ ସଙ୍ଗଠନ ଗୁଡିକ ଦ୍ୱାରା ରାଜ୍ୟବ୍ୟାପୀ ମାସାଧିକ କାଳ ଆନ୍ଦୋଳନ ଓ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଙ୍କ ସମସ୍ୟା ଗୁଡିକ ଉପରେ ଆଲୋଚନା ଚାଲିଛି l ସେହିପରି ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଲୋକସଭା କ୍ଷେତ୍ର ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶାର 10 ଟି ଜିଲ୍ଲାର 10 ହଜାର ଯୁବ ଓ ଛାତ୍ରଙ୍କ ଆକ୍ରୋଶ ସମାବେଶ କରାଯାଇ କହେଁୟା କୁମାରଙ୍କୁ ଉଦବୋଧନ ଦେବାପାଇଁ ଡକାହେବା ସୋଫିଆ ଭୁଲିଗଲେ କେମିତି ?ଡବଲ ଇଂଜିନ ସରକାର ଦ୍ୱାରା ରେଳବାଇ, ମହାନଦୀ, ବଂଶଧରା, ପୋଲାଭରମ ଆଦି କେନ୍ଦ୍ରର ଅବିଚାର ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରି ଆସିଛି l ସେହିପରି ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ଓ ଭିଡହିଂସା ବିରୋଧରେ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ସାଲିସ ବିହୀନ ସଂଗ୍ରାମ କରି ଆସିଛି lପେସା ଆଇନ ପ୍ରବର୍ତ୍ତନ ସହ ଆଦିବାସୀଙ୍କ ଜୀବନ ଜୀବିକା ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀ ଦାସଙ୍କ ଆହ୍ୱାନ କ୍ରମେ ରାଜଗାଙ୍ଗପୁର, ଅନୁଗୁଳ, ଯୋଡ଼ା, ଢ଼ିଙ୍କିଆ, ସିଜିମାଳୀ ପରି ସ୍ଥାନରେ କମ୍ପାନୀ ମାନଙ୍କ ବିରୋଧରେ ବିସ୍ଥାପନ ପାଇଁ ପର୍ଯ୍ୟାପ୍ତ କ୍ଷତି ପୂରଣ ଦାବୀରେ ସଭାପତି ଶ୍ରୀ ଦାସ ଓ ଦଳର ଅନ୍ୟ ନେତୃବୃନ୍ଦ ପଦଯାତ୍ରା କରିବା ସହ ଆଦିବାସୀଙ୍କ ହକ ପାଇଁ ଲଢେଇ କରି ଆସିଛନ୍ତି lତେଣୁ ଦଳରେ ନଥାଇ ସୋଫିଆ ଦଳ ଭିତରେ ବିଭ୍ରାନ୍ତି ସୃଷ୍ଟି କରିବାକୁ କେଉଁଠୁ ଅଧିକାର ପାଇଲେ ବୋଲି ଉକ୍ତ ପ୍ରେସ ବିଜ୍ଞପ୍ତିରେ ଦଳ ପକ୍ଷରୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରଶ୍ନ କରିଛନ୍ତି lଉପରୋକ୍ତ ସମସ୍ତ ପ୍ରସଙ୍ଗରେ ଖୋଦ ବିଧାୟିକା ସୋଫିଆ ଫିରଦୌଷ ଏକ ନୀରବତା ଅବଲମ୍ବନ କରୁ ଥିବାବେଳେ ହଠାତ କାହିଁକି ଏପରି ହତାଶା ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି l ସେ ଆଗ କଂଗ୍ରେସ ବିଧାୟିକା ହୋଇ ବିଜେପି ପ୍ରାର୍ଥୀଙ୍କୁ କେଉଁ ପ୍ରଲୋଭନ ପାଇଁ ଭୋଟ ଦେଲେ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି କୁହାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking