26.1 C
Bhubaneswar
Tuesday, August 25, 2026
Homeଓଡିଶାଲଘୁଚାପ ବର୍ଷାରେ ଉଜୁଡ଼ିଲା ପନିପରିବା ଚାଷ

ଲଘୁଚାପ ବର୍ଷାରେ ଉଜୁଡ଼ିଲା ପନିପରିବା ଚାଷ

କେନ୍ଦୁଝର:  ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ, ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ପନିପରିବା ଚାଷକୁ ଉଜାଡ଼ି ଦେଇଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣପୁର ଗ୍ରାମର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଗ୍ରାମରେ ଶତାଧିକ ପରିବାର ପନିପରିବା ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ ନିଜ ନିଜ କ୍ଷେତରେ ବାଇଗଣ, କାକୁଡ଼ି, କଲରା, ଜହ୍ନି, ପୋଟଳ, ଭେଣ୍ଡି, ଲଙ୍କା ବିଭିନ୍ନ କିସମର ଶାଗ ଆଦି ଚାଷ କରିଥିଲେ କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱରା ପାହାଡ଼ ପାଣି ଆସି ଚାଷୀଙ୍କ ଫସଲ ଉଜାଡ଼ି ଦେଇଛି । ଚଳିତ ବର୍ଷ ଭଲ ଅମଳ ହେବା ଚାଷୀମାନେ ଲକ୍ଷ ରଖିଥିବାବେଳେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking