ଭୁବନେଶ୍ୱର: ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ। ଏପ୍ରିଲ, ମେ ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଆରଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ଆସନ୍ତା ୨୧ ତାରିଖରେ ହେବ ରୁଟିନ ବୈଠକ । ଏଥର ଡୋର ଟୁ ଡୋର ଭିଜିଟ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ । ଏଥିରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ । ଚଳିତ ଥରର ନିର୍ବାଚନରେ ଆଉ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରାଯିବ। ଏହାସହ ‘ଆମ ବୁଥ୍, ଆମ ବାରି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ । ବର୍ତ୍ତମାନ ଅନେକ ବୁଥ୍ରେ ବିଭିନ୍ନ ଅଞ୍ଚଳର ଭୋଟରଙ୍କ ନାମ ରହିଥିବାରୁ ଭୋଟଦାନ ହାର ପ୍ରଭାବିତ ହେଉଛି । ଏହି ସର୍ଭେ ପରେ ଭୋଟର ତାଲିକାକୁ ସଂପୂର୍ଣ୍ଣ ଅଦ୍ୟତନ କରାଯିବ ଏବଂ ବୁଥ୍ୱାଇଜ୍ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହେବ । ଏହାଫଳରେ ପ୍ରତ୍ୟେକ ଭୋଟର ନିଜ ଅଞ୍ଚଳର ବୁଥ୍ରେ ହିଁ ମତଦାନ କରିପାରିବେ । ଏହି ପଦକ୍ଷେପ ଭୋଟଦାନ ହାର ବଢ଼ାଇବା ସହ ନିର୍ବାଚନ ପରିଚାଳନାକୁ ଆହୁରି ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି ।










