30.6 C
Bhubaneswar
Friday, July 10, 2026
Homeଓଡିଶାଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ: ଭକ୍ତଙ୍କ ଲମ୍ବା ଧାଡ଼ି

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ: ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ : ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ଶ୍ରୀ ଅଲାରନାଥ ପୀଠ । ଅଣସର ଦର୍ଶନର ଏକାଦଶ ଦିନରେ ମଧ୍ୟ ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡ଼ି । ଗତକାଲି ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଆଜି ମଧ୍ୟ ଭକ୍ତଙ୍କ ଭିଡ଼ ଜାରି ରହିଛି । ରାତି ୨ଟା ସମୟରେ ଶ୍ରୀ ଅଲାରନାଥଙ୍କ ବଡ଼ ସିଂହାର ବେଶ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଭୋର ୩ଟାରେ ମନ୍ଦିର ଦ୍ୱାର ଫିଟା ହୋଇଥିଲା । ଦ୍ୱାର ଫିଟା ପରେ ମଙ୍ଗଳ ଆଳତି, ଅବକାଶ, ବେଶ ଓ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା । ନୀତିକାନ୍ତି ଶେଷ ପରେ ଭକ୍ତଙ୍କ ପାଇଁ ଖୋଲାଯାଇଛି ଦର୍ଶନ ବ୍ୟବସ୍ଥା । ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଭକ୍ତମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି ।

ଏହି ପରମ୍ପରା ଅନୁଯାୟୀ ପ୍ରତିଦିନ ହଜାର ହଜାର ଭକ୍ତ ବ୍ରହ୍ମଗିରିରେ ପହଞ୍ଚୁଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ରହିଛି ବିଶେଷ ନଜର । ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଅପାର ଭକ୍ତି ଓ ଆସ୍ଥା । ଆଉ କିଛି ଦିନ ପରେ ନେତ୍ରୋତ୍ସବ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଥିବାବେଳେ ଏବେ ଅଲାରନାଥ ପୀଠରେ ଭକ୍ତିମୟ ପରିବେଶ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking