35.3 C
Bhubaneswar
Saturday, July 11, 2026
Homeଦେଶ ବିଦେଶସୁରତ ବନ୍ୟାରେ ନିଖୋଜ ହେଲେ ଓଡ଼ିଆ ଶ୍ରମିକ

ସୁରତ ବନ୍ୟାରେ ନିଖୋଜ ହେଲେ ଓଡ଼ିଆ ଶ୍ରମିକ

ଗଞ୍ଜାମ: ପରିବାରର ପେଟ ପୋଷିବା ପାଇଁ ସୁରାଟ ଯାଇଥିଲେ ଓଡିଆ ଯୁବକ । ଗୁଜୁରାଟରେ ଲଗାଣ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ମଧ୍ୟରେ ଜଣେ ଓଡିଆ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ତିନି ଦିନ ହେଲାଣି ପତ୍ତା ମିଳୁନାହିଁ । ଏନେଇ ନିଖୋଜ ଯୁବକଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ଲୋଡିଛନ୍ତି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗୁଡିଆଳି ଗ୍ରାମର ସ୍ୱରାଜ୍ୟ କୁମାର ଜେନା ପ୍ରାୟ ଦୁଇ ମାସ ତଳେ କାମ କରିବା ପାଇଁ ସୁରାଟ ଯାଇଥିଲେ । ତିନି ଦିନ ତଳେ ପରିବାର ଲୋକେ ସ୍ୱରାଜଙ୍କ ସହ ଫୋନରେ କଥା ହୋଇଥିଲେ । କିନ୍ତୁ ତାପରେ ଫୋନ ଆଉ ଲାଗୁନାହିଁ । ହେଲେ , ସ୍ୱରାଜଙ୍କ ମଝିଆ ଭାଇଙ୍କ କହିବା ଅନୁଯାୟୀ, ସ୍ୱରାଜ କାମରୁ ଫେରିବା ବେଳେ ବନ୍ୟା ପାଣିରେ ଭାସିଯାଇଛନ୍ତି । ସବୁଦିନ ପରି ସେଦିନ ମଧ୍ୟ ସୂତା କଳରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣି ମାଡି ଆସିବା ଫଳରେ ଏକ ଗଟରରେ ଫସିଯାଇଥିବା ସୂଚନା ମିଳିଥିଲା । ପରେ ତାଙ୍କ ଭାଇ ଏବଂ ସହକର୍ମୀମାନେ ବହୁ ଖୋଜାଖୋଜି କରିବା ପରେ ବି ଉଦ୍ଧାର କରାଯାଇପାରିନଥିଲା । ତେବେ ସ୍ୱରାଜଙ୍କ ମା ଏକଥା ଶୁଣି ବୁକୁ ଫଟାଇ କାନ୍ଦୁଛନ୍ତି । ପୁଅକୁ ଭଲଭାବରେ ଖୋଜିବା ପାଇଁ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି । ଏହି ଘଟଣାକୁ ନେଇ ସୁରତର ବାମ୍ବରୋଲି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking