35.3 C
Bhubaneswar
Saturday, July 11, 2026
Homeଓଡିଶାଇସ୍କନର ଅଦିନିଆ ରଥଯାତ୍ରା: ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି

ଇସ୍କନର ଅଦିନିଆ ରଥଯାତ୍ରା: ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଏବଂ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଦିଲ୍ଲୀ ଦ୍ୱାରସ୍ଥ ହେବ ପରିଚାଳନା କମିଟି। ପରିଚାଳନା କମିଟିର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱୟଂ ଗଜପତି ମହାରାଜ  ଦିବ୍ୟସିଂହ ଦେବ। ଜାତୀୟ ଗଣମାଧ୍ୟମ ଏଏନଆଇକୁ ସାକ୍ଷାତକାର ଅବସରରେ ଗଜପତି ମହାରାଜା କହିଛନ୍ତି, ଆଗାମୀ ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା, ବାହୁଡ଼ା ଏବଂ ସୁନାବେଶ ପରେ ଜୁଲାଇ ୨୭ ତାରିଖରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ସମ୍ପନ୍ନ ହେବ।ମହାପ୍ରଭୁ ରତ୍ନସିଂହାସନକୁ ଫେରିବା ପରେ ଦିଲ୍ଲୀ ଗସ୍ତ କରିବେ ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଟିମ୍ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାକ୍ଷାତ କରିବେ। ଇସ୍କନ ସାରା ବିଶ୍ୱରେ ଯେଉଁଭଳି ଭାବେ ଶାସ୍ତ୍ର ବିରୋଧୀ ଭାବେ ମନଇଚ୍ଛା ଅଦିନିଆ ରଥଯାତ୍ରା କରୁଛି, ସେ ସମ୍ପର୍କରେ ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କୁ ଅବଗତ କରାଯିବ। ସନାତନ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତିର ମର୍ଯ୍ୟାଦା ରକ୍ଷା ପାଇଁ ଏହି ମାମଲାରେ ସେମାନଙ୍କର ସିଧାସଳଖ ହସ୍ତକ୍ଷେପ ଦାବି କରିବ ଶ୍ରୀମନ୍ଦିର ପ୍ରଶାସନ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking