28.9 C
Bhubaneswar
Monday, July 6, 2026
Homeଓଡିଶାଯାତ୍ରୀବାହୀ ଅଟୋ ଧକ୍କାରେ ଚାଷୀ ମୃତ

ଯାତ୍ରୀବାହୀ ଅଟୋ ଧକ୍କାରେ ଚାଷୀ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମ ନିକଟ ଜାତୀୟ ରାଜପଥ-୫୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଖଡଭାଗ ଗ୍ରାମର ୬୪ ବର୍ଷୀୟ ତାରା ଗୌଡ଼ । ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିବା ଏକ ପାସିଞ୍ଜର ଅଟୋ (ନମ୍ବର- OD02-DG-1699)ରେ ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଆସିକା ହସ୍ପିଟାଲକୁ ଅଣାଯାଉଥିଲା । ଏହି ସମୟରେ ତାରା ଗୌଡ଼ ନିଜ ଗ୍ରାମରୁ ଚାଲିଚାଲି ଚାଷ ଜମିକୁ ଯାଉଥିବା ବେଳେ ଅଟୋଟି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ତାରା ଗୌଡ଼ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଅଟୋ ଚାଳକ ଏବଂ ଅଟୋରେ ଥିବା ଗର୍ଭବତୀ ମହିଳା ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking