28.1 C
Bhubaneswar
Saturday, August 22, 2026
Homeଓଡିଶାଶାସକ ପ୍ରଶାସକର ସ୍ଵନକ୍ଷତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଶାସକ ପ୍ରଶାସକର ସ୍ଵନକ୍ଷତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :  ଅମଣିଷ ପଣିଆର ଅନେକ ଘଟଣା ଏବେ ଲୋକଲୋଚନକୁ ଆସୁଥିଲେ ବି ଆଜି ବି ମଣିଷପଣିଆ ଲୋକଙ୍କ ମନରେ ବଂଚି ରହିଛି | ନହେଲେ ନିଜ ଜୀବନକୁ ବିପନ୍ନ କରି ରାୟଗଡା କଲ୍ୟାଣସିଂହପୁରର ବଳରାମ ବାଘ ସେଇ ଭିଡ ହିଂସା ଭିତରୁ ଝିଅଟିକୁ ଉଦ୍ଧାର କରି ନଥାନ୍ତେ |” ବୋଲି ଶାସକ ପ୍ରଶାସକ ର ଚତୁର୍ଦ୍ଦଶ ସ୍ଵନକ୍ଷତ୍ର ଦିବସ ଅବସରରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ ” ଆମେ ଓଡ଼ିଆ ଆମ ଗୀତ ଭାରି ବଢିଆ” ତଥା ଆଲୋଚନା “ହଜି ଯାଉଛି କି ମଣିଷ ପଣିଆ”କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି |

ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ବିୟୋଗ ଖବର ପାଇଁ ତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବ ସହ ସଂଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା | କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ଏକାମ୍ର ଭୁବନେଶ୍ୱର ବିଧାୟକଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ , ଓଡିଶା ଜନତା କଂଗ୍ରେସ ପାର୍ଟି ସଭାପତି ଇଂ ମହମ୍ମଦ ମୋକିମ , ଜଣାଶୁଣା ସମାଜସେବୀ ତଥା ଶାସକ ପ୍ରଶାସକର ମାର୍ଗଦର୍ଶକ ଶ୍ରୀ ନିଶିକାନ୍ତ ମିଶ୍ର, ଶାସକ ପ୍ରଶାସକ ପ୍ରକାଶକ ଶ୍ରୀ ଗିରିଜା ଶଙ୍କର ଦାଶ, ପରିଚାଳନା ସମ୍ପାଦକ ଶ୍ରୀ ଧନଞ୍ଜୟ ହୋତା ଯୋଗଦେଇଥିଲେ |

ଏହି ଅବସରରେ “ହଜି ଯାଇଛି କି ମଣିଷପଣିଆ” ପ୍ରସଙ୍ଗ ଉପରେ ଆଲୋଚିକା ପ୍ର . ଡ଼. ସଂଘମିତ୍ରା ମିଶ୍ର ନିଜ ମର୍ମସ୍ପର୍ଶୀ ଅଭିଭାଷଣ ଉପସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାୟଗଡାର କଲ୍ୟାଣସିଂପୁର ଇନ୍ତାଲିଗୁଡା ଠାରେ ଜଣେ ଯୁବତୀଙ୍କୁ ଭିଡ଼ ହିଂସା ଭିତରୁ ଉଦ୍ଧାର କରିଥିବା ଶ୍ରୀ ବଳରାମ ବାଗଙ୍କୁ ଲୋକନାଥ- ଜମ୍ବୁବତୀ ଓଡିଶା ଜ୍ୟୋତି ମାନବିକତା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ,ଶ୍ରୀ ଅମରେଶ ନରେଶ ସାମନ୍ତଙ୍କୁ ପରିବେଶ ଗୌରବ ସମ୍ମାନ, ଗ୍ରୀନୱାର୍ଲଡ ଅନୁଷ୍ଠାନକୁ ପରିବେଶ ଗୌରବ ସମ୍ମାନ, ଏସିଆନ ପେନଚାକ ସିଲାଟ ତାରକା ପ୍ଳିଜାଲିନ ତରାଇଙ୍କୁ କ୍ରୀଡା ଗୌରବ ସମ୍ମାନ,ତରୁଣ ସୁଟିଂ ତାରକା ସତ୍ୟମ ବିଷୋୟୀଙ୍କୁ ଜ୍ୟୋତି କ୍ରୀଡା ଗୌରବ ସମ୍ମାନ, ଶ୍ରୀ ତାନସେନ ସିଂଙ୍କୁ କଳା ସଂସ୍କୃତି ଗୌରବ ସମ୍ମାନ, ଶ୍ରୀମା ମିଶ୍ରଙ୍କୁ ଯୁବ ସାମ୍ବାଦିକ ସମ୍ମାନ, ଉଦୟ ମଲ୍ଲିକଙ୍କୁ ଉଦ୍ୟୋଗୀ ସମ୍ମାନ ଓ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଏସ ଏ କଲିମଙ୍କ ସ୍ମୃତିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୀନବନ୍ଧୁ ସାହୁ ଏସ ଏ କଲିମ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking