ନୂଆଦିଲ୍ଲୀ : ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି । ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦ ସମାଧାନ ହୋଇଯିବ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ସକରାତ୍ମକ ଚିନ୍ତାଧାରା ଯୋଗୁଁ ଆଜି ଆମେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବାରେ ସଫଳ ହୋଇଛୁ । ଏନେଇ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।ଇତି ମଧ୍ୟରେ ଟ୍ରିବ୍ୟୁନାଲଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସେଣ୍ଟ୍ରାଲ ୱାଟର କମିଶନ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ପରେ ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇସାରିଛି । ଦୁଇ ରାଜ୍ୟର ଇଞ୍ଜିନିୟର ସିଡବ୍ଲ୍ୟୁସିର ସଦସ୍ୟ ମାନଙ୍କୁ ନେଇ, ସେମାନେ ବିଭିନ୍ନ ଦିଗକୁ ତର୍ଜମା କରି ଏହି ଦୀର୍ଘ ବିବାଦର ସମାଧାନର ସୂତ୍ର ବାହାର କରିବେ ।ତେଣୁ ଦୁଇ ପଡ଼ୋଶୀ ରାଜ୍ୟମାନଙ୍କ ଭିତରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ସମାଧାନ କରାଯାଇପାରେ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।










