ନୂଆଦିଲ୍ଲୀ : ଦୁନିଆର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରଭାବେ ଦାବି କରୁଥିବା ଚୀନ ଏଣିକି ପ୍ରକୃତିର ଦାଉରୁ ମୁକୁଳିପାରିନି । ଚୀନର ପୂର୍ବାଞ୍ଚଳ ଜେଜିଆଙ୍ଗ ପ୍ରଦେଶରେ ପ୍ରକୃତିର କାହାର ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ନିଖୋଜ ରହିଛନ୍ତି । କେବଳ ଜେଜିଆଙ୍ଗ ନୁହେଁ, ଚୀନ୍ର ପୂର୍ବ ଏବଂ ଦକ୍ଷିଣ ପ୍ରଦେଶଗୁଡ଼ିକରେ ଆଗକୁ ଆହୁରି ବର୍ଷା ଏବଂ ବନ୍ୟା ଆଶଙ୍କା ରହିଛି । ଗତ ରବିବାର ଦିନ ଉପକୂଳରେ ମାଡ଼ ହୋଇଥିବା ‘ଟାଇଫୁନ୍ ଡଲଫିନ୍’ ପ୍ରଭାବରେ ଦେଶର ୧୩ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ଦିନିକିଆ ବର୍ଷାର ରେକର୍ଡ ଭାଙ୍ଗିଛି ।ବିଜ୍ଞାନୀମାନଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଚଳିତ ବର୍ଷ ଚୀନ୍ରେ ବାରମ୍ବାର ଏପରି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଜୁଲାଇ ମାସରେ ମଧ୍ୟ ବିଭିନ୍ନ ଝଡ଼ବାତ୍ୟା ଯୋଗୁଁ ଦେଶରେ ୩୧୮ ଜଣଙ୍କର ପ୍ରାଣହାନୀ ହୋଇଥିବାବେଳେ ୫୭.୧୫ ବିଲିୟନ ୟୁଆନ୍ର ଆର୍ଥିକ କ୍ଷତି ହୋଇଥିଲା। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ସତକରଣ ଜାରି କରାଯାଇଛି। ଆଗକୁ ଏହି ସ୍ଥିତି କି ରୂପ ନେଉଛି, ତାହା ଉପରେ ଆମର ନଜର ରହିଛି ।










