33.1 C
Bhubaneswar
Friday, September 18, 2026
Homeଓଡିଶାରାଜ୍ୟରେ ୨୨ରୁ ୨୬ ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ୨୨ରୁ ୨୬ ଯାଏଁ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୨୨-୨୩ ତାରିଖରୁ ୨୫ ତାରିଖ ଯାଏ ରାଜ୍ୟରେ ବର୍ଷା ପ୍ରକୋପ ଲାଗି ରହିବ। ବିଶେଷ କରି ଉପକୂଳ, ଦକ୍ଷିଣ ଦକ୍ଷିଣ ଏବଂ ଉତ୍ତର ପ୍ରବଳ ଓଡ଼ିଶାରେ ପ୍ରବଳରୁ ଅତ୍ଯନ୍ତ ପ୍ରବଳ ବର୍ଷା ଅଜାଡ଼ିପାରେ। ବିଭିନ୍ନ ମଡେଲ୍ ଏଭଳି ଆକଳନ ଦେଖାଉଛନ୍ତି।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ର ପୂର୍ବାନୁମାନ ହେଲା, ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଆଜି ସନ୍ଧ୍ୟା ସୁଦ୍ଧା ଆସିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ରୂପ ନେବ । ୨୧-୨୨ ତାରିଖବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ପସାଗରରେ ଅବପାତ ରୂପ ନେବାର ସମ୍ଭାବନା ଅଧିକ ରହିଛି। ପରବର୍ତ୍ତୀ ୩-୪ ଦିନ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ। ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାର ଦିଗରେ ମୁହାଁଇପାରେ।

 ସେହିପରି ସୋଆ ସିଇସି ନିର୍ଦ୍ଦେଶକ ଡକ୍ଚର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ସମ୍ଭାବନା ଅଧିକ ରହିଛି। ଏହା ଗଞ୍ଜାମ-ପୁରୀ-ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଓଡ଼ିଶା ଭିତର ଦେଇ ଏହା ଛତିଶଗଡ଼ ମୁହାଁଇପାରେ। ପରିବେଶ ଅନୁକୂଳ ରହିଲେ ବାତ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ବାତ୍ୟା ହୁଏ, ଏହା ସ୍ବଳ୍ପ ଅବଧି ପାଇଁ ରହିପାରେ। ଅନୁମାନ କରାଯାଉଛି, ଓଡ଼ିଶାରେ ଲଗାଣ ବର୍ଷା ହୋଇପାରେ। ୨୩ ରାତିରୁ ବର୍ଷା ବଢ଼ିବା ସମ୍ଭାବନା ଅଛି । ୨୫ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking