28.1 C
Bhubaneswar
Monday, August 17, 2026
Homeଓଡିଶାପୋକମରା ବିଷ ଖାଇ ୨ ଝିଅଙ୍କ ମୃତ୍ୟୁ: ମା’ ଗୁରୁତର

ପୋକମରା ବିଷ ଖାଇ ୨ ଝିଅଙ୍କ ମୃତ୍ୟୁ: ମା’ ଗୁରୁତର

ପୁରୀ:  ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ହୃଦୟ ବିଦାରକ ଘଟଣା ।ଦୁଇ କୁନି ଝିଅଙ୍କୁ ପୋକମରା ବିଷ ଖୁଆଇ ନିଜେ ଖାଇଲା ମାଆ । ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଝିଅଙ୍କ ବୟସ ୬ ଓ ଅଢେଇ ବର୍ଷର ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ସମଗରା ଅଞ୍ଚଳ ଦୀପୁ ପ୍ରଧାନଙ୍କ ପତ୍ନୀ ଲକ୍ଷ୍‌ମୀପ୍ରିୟା ନିଜର ଦୁଇ ଛୋଟ ଝିଅଙ୍କୁ ଭାତରେ ବିଷ ମିଶାଇ ଖାଇବାକୁ ଦେଇ ସେ ନିଜେ ଖାଇ ଦେଇଥିଲେ । କିଛି ସମୟ ପରେ ତିନିଜଣ ଅସୁସ୍ଥ ହୋଇପଡିଥିଲେ । ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍‌ମୀପ୍ରିୟାଙ୍କୁ ପୁରୀ ସଦର ଡାକ୍ତରଖାନାକୁ କଟକ ଏସସିସିବିକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପଡୋଶୀ ପରିବାର ଲୋକଙ୍କୁ ପଚରା ଉଚରା କରାଯିବା ସହ ଲକ୍ଷ୍‌ମୀପ୍ରିୟା କାହିଁକି ଏବଳି କାଣ୍ଡ ଘଟାଇଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking