ପୁରୀ: ଶ୍ରାବଣ ଶୁଳ୍କପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତି ମାନେ ଏହି ନୀତି ସମ୍ପନ୍ନ କରିବେ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ହୋଇ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ । ପେର ଜୟ ବିଜୟ ଦ୍ୱାର ବନ୍ଦ କରାଯିବ । ଏହାପରେ ଶ୍ରୀଦେବୀ, ଭୂଦେବୀ, ଖଟଶେଯ ଘରେ ବିଜେ କରିବେ । ମହାପ୍ରଭୁଙ୍କ ଖସାପଡା ନୀତି ନିମନ୍ତେ ଦଇତାପତିମାନେ ବର୍ଭଗୃହକୁ ପ୍ରବେଶ କରିବେ । ମହାପ୍ରଭୁଙ୍କ ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହି ନୀତି ନିମନ୍ତେ ସୋମବାର ସନ୍ଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ମହାପ୍ରଭୁଙ୍କ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।










