ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧିକ ବନ୍ୟାଜଳ ପଜ୍ମେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୫ଟି ସ୍ଲୁଇସ ଗେଟ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାଶ୍ୱର୍ର ୫ ଓ ଦକ୍ଷିଣ ପାଶ୍ୱର୍ର ୨ଟି ମିଶି ମୋଟ ୭ଟି ସ୍ଲୁଇସ ଗେଟ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ କରାଯାଉଛି । ଅପରପକ୍ଷରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେଥିମଧ୍ୟରୁ ୭ଟି ସ୍ଲୁଇସ ଗେଟ ଜରିଆରେ ୧ ଲକ୍ଷ ୦୯ ହଜାର ୧୪୪ ଘନଫୁଟ ଏବଂ ବିଭିନ୍ନ କେନାଲ , ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ ୩୩, ୧୪୦ ଘନଫୁଟ ଜଳ ନିଷ୍କାସିତ ହେଉଛି ।









