29.1 C
Bhubaneswar
Monday, August 24, 2026
Homeଓଡିଶା୧୦.୪୬ ଲକ୍ଷ ଚାଷୀଙ୍କ ପଶୁପକ୍ଷୀ ପ୍ରଭାବିତ: ମନ୍ତ୍ରୀ

୧୦.୪୬ ଲକ୍ଷ ଚାଷୀଙ୍କ ପଶୁପକ୍ଷୀ ପ୍ରଭାବିତ: ମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟରେ ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟକୁ ନଜରରେ ରଖି ପଶୁସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁପକ୍ଷୀଙ୍କ ସୁରକ୍ଷା, ଚିକିତ୍ସା, ଟିକାକରଣ ଓ ଖାଦ୍ୟ ଯୋଗାଣ ଉପରେ ବିଭାଗ ଗୁରୁତ୍ୱ ଦେଇଛି । ଅଗଷ୍ଟ ୨୩ ତାରିଖ ସୁଦ୍ଧା ୭ଟି ଜିଲ୍ଲାର ୩୩ଟି ବ୍ଲକ ଅଧୀନ ୩୭୦ଟି ଗ୍ରାମ ପଞ୍ଚାୟତର ୧୪୯୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି ।ବନ୍ୟା ଯୋଗୁଁ ୧,୦୪,୬୬୩ ଜଣ ଚାଷୀଙ୍କର ମୋଟ ୫,୪୮,୫୩୫ଟି ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି । ଏଥିରେ ବଡ଼ ପଶୁ, ଛୋଟ ପଶୁ ଓ କୁକୁଡ଼ା ସାମିଲ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ୫୧ଟି ପଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଟି ବଡ଼ ପଶୁ ଓ ୨୬ଟି ଛୋଟ ପଶୁ ରହିଛନ୍ତି । ମୃତ ପଶୁଙ୍କ ମଧ୍ୟରୁ ୪୯ଟିର ମୃତଦେହ ସଠିକ୍ ଭାବେ ନିଷ୍କାସନ କରାଯାଇଛି । ବନ୍ୟା ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ସେବା ଯୋଗାଇବା ପାଇଁ ୫୧ଟି ଭେଟେରିନାରୀ ରାପିଡ୍ ରେସପନ୍ସ ଟିମ୍‌ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି । ଜରୁରୀକାଳୀନ ଚିକିତ୍ସା ଓ ଟିକାକରଣ ପାଇଁ ପ୍ରଭାବିତ ବ୍ଲକଗୁଡ଼ିକରେ ଔଷଧ ଓ ଟିକା ମହଜୁଦ ରଖାଯାଇଛି । ଏହା ସହିତ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ସିଫ୍ଟ ଭିତ୍ତିକ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ବନ୍ୟା ପରିସ୍ଥିତିର ନିରୀକ୍ଷଣ କରାଯାଉଛି । ପଶୁମାନଙ୍କୁ ଅନାହାରରୁ ସୁରକ୍ଷା ଦେବା ପାଇଁ ୧.୧୫ କ୍ୱିଣ୍ଟାଲ୍ ଶୁଖିଲା ଚାରା, ୪ କ୍ୱିଣ୍ଟାଲ୍ ରାଇସ୍ ବ୍ରାନ୍ ଓ ୨୮.୯୫ କ୍ୱିଣ୍ଟାଲ୍ ସବୁଜ ଚାରା ବଣ୍ଟନ କରାଯାଇଛି । ବନ୍ୟା ପରିସ୍ଥିତିକୁ ନେଇ ବିଭାଗର ସମସ୍ତ କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking