29.1 C
Bhubaneswar
Monday, August 24, 2026
Homeଓଡିଶାସୁଭଦ୍ରା ନାମରେ ଭଣ୍ଡାମୀ କରି ଲକ୍ଷ କୋଟି ଟଙ୍କା ଆତ୍ମସାତ କରିଦେଉଛି ଡବଲ ଇଞ୍ଜିନ

ସୁଭଦ୍ରା ନାମରେ ଭଣ୍ଡାମୀ କରି ଲକ୍ଷ କୋଟି ଟଙ୍କା ଆତ୍ମସାତ କରିଦେଉଛି ଡବଲ ଇଞ୍ଜିନ

ଭୁବନେଶ୍ୱର:  ଆଜି କଂଗ୍ରେସ ଭବନଠାରେ ରାଜ୍ୟସ୍ୱାର୍ଥ ପରିପନ୍ଥୀ MMDR କଳାବିଲକୁ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା lସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, MMDR ବିଲ ଲାଗୁ କରିବା କେନ୍ଦ୍ର ବିଜେପି ସରକାରର ଏକ ସୁଚିନ୍ତିତ ଷଡଯନ୍ତ୍ର l ଏହାଦ୍ୱାରା ରାଜ୍ୟର ଘୋର ରାଜସ୍ବ କ୍ଷତି ଘଟିବ l ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଜାଣି ସୁଦ୍ଧା ଓଡିଶାରୁ ଯାଇଥିବା 20 ଜଣ ସାଂସଦ ବିଲକୁ ସମର୍ଥନ କରିବା ଓଡ଼ିଆଙ୍କ ପ୍ରତି ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହଁ l ଏହି ବିଲ ଦ୍ୱାରା ରାଜ୍ୟ ବକେୟା ଟିକସ ବାବଦକୁ ପ୍ରାୟ 1 ଲକ୍ଷ 50 କୋଟି ରୁ 2 ଲକ୍ଷ କୋଟି ଟଙ୍କା ସିଧାସଳଖ ହରାଇବ lଏହି ଟଙ୍କାରେ ସ୍କୁଲ, କଲେଜ, ଡାକ୍ତରଖାନା, ବ୍ରିଜ ଆଦି ଅନେକ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇଥାନ୍ତା l କାମଧନ୍ଦା ଅଭାବରେ ବେକାରୀ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛି, ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିଥାନ୍ତା lଯଦି ଲକ୍ଷେ କୋଟି ଟଙ୍କା ସାଢେ ଚାରିକୋଟି ଓଡ଼ିଆଙ୍କ ମଧ୍ୟରେ ବାଣ୍ଟନ୍ତା ତେବେ ପ୍ରତ୍ୟେକଙ୍କୁ 22 ହଜାର ଟଙ୍କା ମିଳନ୍ତା l ୟାର ଅର୍ଥ ପ୍ରତ୍ୟେକ ପରିବାରକୁ ପ୍ରାୟ ଲକ୍ଷେ ଟଙ୍କା ମିଳନ୍ତା lସରକାର ସୁଭଦ୍ରା ନାମରେ ଭଣ୍ଡାମୀ କରି ମାତ୍ର 5 ହଜାର ଟଙ୍କା ଦେଇ ନାରୀ ସଶକ୍ତିକରଣର ମହୁରୀ ଫୁଙ୍କୁଛି କିନ୍ତୁ ଅନ୍ୟ ପଟରେ ରାଜ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା କେନ୍ଦ୍ର ହାତକୁ ଟେକି ଦେଉଛି l ବିଜେପି ଡବଲ ଇଞ୍ଜିନ ସରକାରର ଅସଲ ଚେହେରା ବର୍ତ୍ତମାନ ସାରା ରାଜ୍ୟ ଜାଣି ଗଲେଣି l ରାଜ୍ୟର ବିଜେପି ବେତ୍ରୁତାଧୀନ ସରକାର ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି lକଂଗ୍ରେସ ଏହାର ପ୍ରତିରୋଧ ନିଶ୍ଚୟ କରିବ l ଜନତାଙ୍କ ସ୍ୱାର୍ଥ ସକାଶେ ରାଜ୍ୟ ସରକାରଙ୍କୁ ସବୁ ସ୍ତରରେ ଓ ବିଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି lଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାଶ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking