28.1 C
Bhubaneswar
Monday, August 24, 2026
Homeଓଡିଶାନବମ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ!

ନବମ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ!

ଭୁବନେଶ୍ବର: ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି ରହିଛି । ନବମ ଦିନରେ ପହଞ୍ଚିଲାଣି ଶିକ୍ଷକଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଅଧ୍ୟାପକ । ଗୋଟିଏ ଥର ସରକାରଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ବିଫଳ ହେବା ପରେ ଅହେରାତ୍ର ଧାରଣାରେ ବସିଛନ୍ତି।  ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି ଚେତାବନୀ ଦେଇଛନ୍ତି ।ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ଏକାଠି ହୋଇଛନ୍ତି ଅଣଅନୁଦାନପ୍ରାପ୍ତ, ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ । ସେପଟେ ରାଜଧାନୀ ରାଜରାସ୍ତାରେ ଶିକ୍ଷକ ମାନେ ଧାରଣା ଦେଇଥିବାରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ପାଳି ପାଳି କରି ଶିକ୍ଷକ ଧାରଣାସ୍ଥଳକୁ ଆସୁଥିବାରୁ ଅଳ୍ପ ଶିକ୍ଷକରେ ପାଠପଢ଼ା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking