27.1 C
Bhubaneswar
Tuesday, August 18, 2026
Homeଓଡିଶାତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ
ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର
ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାକୁ ପ୍ରୟାସ କରୁଛି ବିଜେପି ସରକାର

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି । ତ୍ରୁଟିକୁ ସଂଶୋଧନ ନକରି ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡାଇବାକୁ ଯୋଜନା କରିଛି ବିଜେପି ସରକାର । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଅ ଆନେ୍ଦାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗୀର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ବିରାଟ ଗଣବିକ୍ଷୋଭ କରାଯାଇଥିଲା । ହଜାର ହଜାର ଯୁବ ଓ ଛାତ୍ର ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଉପସ୍ଥିତ ରହିଥିଲେ ।
ପାଠ୍ୟପୁସ୍ତକ ପ୍ରିଣ୍ଟିଂରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି ବିଜେଡି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଆଉ ୨/୩ ମାସ ପରେ ପିଲାଙ୍କ ପରୀକ୍ଷା ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନଷ୍ଟ ହେବ । ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ସମାଧାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜେଡିର ଆନେ୍ଦାଳନ ଜାରି ରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ୫-ଟି ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପ୍ରସଂଶିତ ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ପାଠ୍ୟପୁସ୍ତକରେ ଥିବା ଭୁଲ୍ କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ ଆକ୍ରମଣ । କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃତ୍ୱ ମାନେ ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗଣବିକ୍ଷୋଭରେ ରାଜେନ୍ଦ୍ର ପ୍ରସାଦ ହୋତା, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଦେବକୀ ସାହୁ, ସରୋଜ ମେହେର, ନିହାର ରଞ୍ଜନ ବେହେରା, ଯତିନ ପଟେଲ, ସୁମନ ନନ୍ଦ, ସୁବ୍ରତ ସିଂ, ପ୍ରଦୁ୍ୟମ୍ନ ତ୍ରିପାଠୀ, ଲକ୍ଷ୍ମଣ କୁମାର ମେହେର, ପ୍ରଭାସ ପାଣିଗ୍ରାହୀ, ଗୁଞ୍ଜ ଖାନ୍, ଗିରିରାଜ ମାଝୀ, ଅଜିତ ଯୋଶୀ, ହଂସରାଜ ଜୈନ, ଅମଜଦ ଖାନ୍, ଗୀତା ବିଶି, ଶମ୍ଭୁ ନାଗ, ନୀଳକାନ୍ତ ବାଗ, ମାନସୀ ବିଶ୍ୱାଳ, ସରୋଜ ପ୍ରଧାନ, ନିରୁପମା ପଟେଲ, ସଦର ସରିତା ବାଗ, ଦୟାନିଧି ଖମାରୀ, ବିଭୂତି ଭୂଷଣ ମିଶ୍ରଙ୍କ ସମେତ ହଜାର ହଜାର ଯୁବ ଓ ଛାତ୍ର ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking